ମଦ ଗୋଦାମରେ ଚଢ଼ାଉ, ମାଲିକ ଅଟକ

ସମୟ ଲାଇଭ, 19/4(ରାଜ ଗୁପ୍ତା): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୧ ନମ୍ବରୱାର୍ଡ଼ ଗୋଲେଇ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଘର ଉପରେ ଗତକାଲି ରାତିରେ ଅତର୍କିତ ଚଢ଼ାଉ କରି ପାଖାପାଖି ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଚୋରା ବିଦେଶୀ ମଦ ସହିତ ମାଲିକ ସତ୍ୟଜିତ ସାହୁଙ୍କୁ ଗିରଫ କରିଛି ପୋଲିସ ।ତେବେ ଏଭଳି କାର୍ଯ୍ୟ କଳାପ କୁ ଏନ.ଏ.ସି ଅଧ୍ୟକ୍ଷକଙ୍କ ଭାଇର ବେଆଇନ ମଦ ବିକିବା କରଞ୍ଜିଆ ବୁଦ୍ଧିଜୀବୀଙ୍କ ମହଲରେ ନା ପସନ୍ଦ କରୁଛନ୍ତି ଏଇ  ଲକ ଡାଉନ ସମୟରେ ଗାଁ ମାନଙ୍କ ବେପାରୀ ମାନଙ୍କୁ ଚଢା ଦରରେ ବିଦେଶୀ ମଦ ଯୋଗାଉଥିବା ଖବର ପାଇ SDPOଙ୍କ ଅଧ୍ୟକ୍ଷତାରେ କରଞ୍ଜିଆ ଉପ-ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ, କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, କରଞ୍ଜିଆ ଅବକାରୀ ଇନ୍ସପେକ୍ଟର ଖିତିଶ ଦାସ, କରଞ୍ଜିଆ ଥାନା ଅଧିକାରିଣୀ ସୋରଜିନି ସିଂ ସମେତ ଅନ୍ୟାନ୍ୟ କର୍ମଚାରୀ ଅତର୍କିତ ଭାବେ ଗୋଲେଇ ଛକ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ଉପର ଚଡାଉ କରି ଏସବୁ ବିଦେଶୀ ମଦ ସହିତ ଶ୍ରୀ ଯୁକ୍ତ ସାହୁଙ୍କୁ ଅଟକ ରଖି ଅଧିକା ପଚରାଉଚରା କରୁଛି ପୋଲିସ ।ତେବେ ଲକଡାଉନ ସମୟରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ନିଜର ସ୍ୱୀକୃତିପ୍ରାପ୍ତ ମଦ ଦୋକାନରୁ ଚଞ୍ଚକତାକରି କିପରି ଏତେ ମାତ୍ରାରେ ବିଦେଶୀ ମଦ ରଖି ପାରିଲେ ତାହା ଏବେ ସନ୍ଦେହ ଘେରରେ । ଯେତେବେଳେ ପ୍ରଶାସନ ଦୋକାନ ସିଲ କଲେ  ସେତେବେଳେ ସମସ୍ତ ମଦର ହିସାବ କରି ସିଲ କରିଥାନ୍ତି । ହେଲେ ଦୋକାନ ସିଲ କରିବା ବେଳେ ଯେଉଁ ଅଧିକାରୀ ମାନେ ଉପସ୍ଥିତ  ଥିଲେ ସେମାନେ କଣ ଏସବୁ ଘଟଣା ଜାଣି ଥିଲେ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ ।ତେବେ ଏତେ ସବୁ ଘଟଣା ଜଣେ ପୂର୍ବତନ ଏନ.ଏ.ସି ଅଧ୍ୟକ୍ଷଙ୍କ ଭାଇର ହଇଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର |

Comments are closed.