ଗହମ ଘାସ କରିବ ଆପଣଙ୍କୁ ସ୍ୱାସ୍ଥ୍ୟବାନ୍‍!

ସମୟ ଲାଇଭ୍‍,୨୪/୧୧: ଯେଉଁଠି ଡାକ୍ତରୀ ଚିକିତ୍ସା ହାର ମାନିନେଇ ଥାଏ ସେଠାରେ ଗହମ ଘାସର ରସ ଔଷଧ ଭଳି କାମ ଦେଇଥାଏ। ଏହା ଆମ ଶରୀର ପାଇଁ ଏତେମାତ୍ରାରେ ଫଳପ୍ରଦ ହୋଇଥାଏ ଯେ ଏହାକୁ ଗ୍ରୀନ୍‌ ବ୍ଲଡ ମଧ୍ୟ କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଘାସକୁ କିପରି ଘରେ ପ୍ରସ୍ତୁତ କରି ଲାଭ ଉଠାଇ ସୁସ୍ଥ ହୋଇ ପାରିବେ।

୧- ଏହାର ରସ ପ୍ରତିଦିନ ପାନ କରିବା ଦ୍ୱାରା ରକ୍ତ ଜନିତ ରୋଗରୁ ମୁକ୍ତି ମିଳିଥାଏ।
୨-ଏହା ବହୁତ ଶୀଘ୍ର ରକ୍ତ ଗଢ଼ିବାରେ ସାହାଯ୍ୟ କରିଥାଏ।
୩- ଗହମ ଘାସର ରସ ରକ୍ତରେ ଶୀଘ୍ର ମିଶିଯାଇ ଥିବାରୁ ଏହା ଆନେମିଆ ଓ ଜଣ୍ଡିସ ରୋଗପାଇଁ ଅମୃତ
ସଦୃଶ କାମ କରିଥାଏ।
୪- ଗହମ ପତ୍ରରେ ପ୍ରଚୁର ମାତ୍ରାରେ ଭିଟାମିନ ଥିବାରୁ ଡାକ୍ତର ପାଖରେ ନିରାଶ ହେବା ପରେ ମଧ୍ୟ ଏହା କାମଦେଇ ଥାଏ।
୫- ଏହା କ୍ୟାନସର ଭଳି ରୋଗପାଇଁ ମଧ୍ୟ ବହୁତ ଉପକାର ଦେଇଥାଏ। ଏବଂ ଡାଇବେଟିସ୍‌ ରୋଗୀ ମାନେ ମଧ୍ୟ ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଉପକାର ପାଇଥାନ୍ତି।

୬- ଏହାକୁ ପାନ କରିବା ହାର୍ଟରୋଗୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଖୁବ୍‍ ସ୍ୱାସ୍ଥ୍ୟକର ଘଟିଥାଏ।

Comments are closed.