୧୧ରେ ଲଘୁଚାପ: ଫିକା ପଡ଼ିପାରେ ଗଣେଶ ପୂଜା

0

ଭୁବନେଶ୍ୱର: ସେପ୍‌ଟେମ୍ବର ୭: ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୧ରେ ଏକ ଲପୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନ ମିଳିଛି । ଅନ୍ୟପକ୍ଷେ େୱଲମାାର୍କ ଲୋ ପ୍ରେସରରୁ ଆଉ ଏକ ଲପୁଚାପ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢ଼େଉ ଆସିବା ସହିତ ସମୁଦ୍ର ଅଶାନ୍ତ ରହିବ । ଏଣୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲପୁଚାପ ସକ୍ରିୟ ରହିବ । ଫଳରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲଗାତାର ହୋଇପାରେ ବୋଲି ପାଣିପାଗ ସୂଚନା ଦେଇଛି । ଏଥିରେ ଗଣଶେ ପୂଜା ବିଶେଷ ଭାବେ ପ୍ରଭାବିତ ହୋଇପାରେ ।

Leave A Reply

Your email address will not be published.