ବର୍ଷା ଭିଜେଇବ ଦୀପାବଳୀକୁ !

ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଘୁର୍ଣ୍ଣବଳୟ

0

ସମୟ ଲାଇଭ,୨୧/୧୦: ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୁର୍ଣ୍ଣବଳୟ ସୃଷ୍ଟି ହେଇଛି ଯାହା ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୁପ ନେବାର ସମ୍ଭାବନା ଅଛି । ଫଳରେ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଆସନ୍ତା ୨୩ ତାରିଖରୁ ରାଜ୍ୟର ପାଗ କୋହୋଲା ରହିବା ସହ ଝିପ୍‍ଝିପ୍‍ ବର୍ଷା ହେବ ଯାହା ୨୭ ତାରିଖ ପର୍ଯ୍ୟନ୍ତ ଲାଗିରହିବ ।

ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ଦିପାବଳୀ ଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆଗାମୀ ୨୩ତାରିଖରୁ ୨୬ ତାରିଖ ଯାଏ ଉପକୂଳବର୍ତ୍ତ ଓଡ଼ିଶାରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.