ସ୍କୁଲରେ ବାଜିବ ୱାଟର୍ ବେଲ୍

ସମୟ ଲାଇଭ, ୨୩।୧୧: ନଭେମ୍ବର ମାସ ୨୫ ତାରିଖରୁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ବାଜିବ ୱାଟର୍ ବେଲ୍ । ଦିନକୁ ତିନି ଥର ପାଣି ପିଇବେ ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କରିଛିନ୍ତି ନିର୍ଦ୍ଦେଶନାମା । ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁସ୍ଥ ରଖିବାକୁ ଏଭଳି ପ୍ରୟାସ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ସୋମବାରରୁ ଶୁକ୍ରବାର ଦିନ ୧୧ଟା ୪୦ମିନିଟ୍, ମଧ୍ୟାହ୍ନ ୧ଟା ୩୦ମିନିଟ୍ ଓ ଅପରାହ୍ନ ୩ଟା ୧୫ ମିନିଟ୍ ସମୟ ପରେ ପାଣି ପିଇବାକୁ ସମୟ ନିର୍ଘଣ୍ଟ କରାଯାଇଛି । ସେହିପରି ଶନିବାର ଦିନ ସକାଳ ୮ଟା,  ୯ଟା ୩୦ମିନିଟ୍ ଓ ୧୦ଟା ୫୦ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ରହିଛି।

Comments are closed.