ଫିରୋଜାବାଦରେ ଜ୍ୱର ଆତଙ୍କ: ୫୦ ମୃତ

0

ଫିରୋଜାବାଦ: ସେପ୍‌ଟେମ୍ବର ୪: ଉତ୍ତରପ୍ରଦେଶ ସ୍ଥିତ ଫିରୋଜାବାଦରେ ଡ଼େଙ୍ଗୁ ଓ ଭାଇରାଲ୍‌ ଜ୍ୱର ଆତଙ୍କ ଦେଖାଯିବାରେ ଲାଗିଛି । ହସ୍ପିଟାଲ୍‌ରେ ଜ୍ୱରରେ ପୀଡ଼ିତ ମାଳ ମାଳ ରୋଗୀ ପ୍ରତି ଦିନ ଆସୁଛନ୍ତି । ହସ୍ପିଟାଲ୍‌ର ବେଡ ଫୁଲ୍‌ ହୋଇଯିବା କାରଣରୁ ଗୋଟିଏ ବେଡରେ ଦୁଇ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ବିଶେଷ କରି ଜ୍ୱରରେ ପିଲାମାନେ ଅଧିକ ସଂକ୍ରମିତ ହେଉଛନ୍ତି । ସେହିପରି ଡ଼େଙ୍ଗୁ ଓ ଭାଇରାଲ ଜ୍ୱରରେ ୫୦ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ପ୍ରାୟ ୪୦୦ରୁ ଅଧିକ ପିଲାମାନେ ଏଥିରେ ସଂକ୍ରମିତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ବିଭାଗରୁ ସୂଚନା ମିଳିଛି । ଅନ୍ୟପକ୍ଷେ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ସହିତ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ପାଞ୍ଚ ଜଣିଆ ଟିମ୍‌ ଫିରୋଜାବାଦର ଘର ଘର ବୁଲି ଜ୍ୱର ବିସ୍ତାର ନେଇ ସର୍ଭେ କରୁଛନ୍ତି ବୋଲି ଫିରୋଜାବାଦ ଜିଲ୍ଲା ସିଇଓ ଡା. ଦିନେଶ ପ୍ରେମୀ ସୂଚନା ଦେଇଛନ୍ତି । ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ହସ୍ପିଟାଲର ନୂତନ କୋଠାରେ ୧୦୦ଟି ବେଡ ବୃଦ୍ଧି କରାଯାଇଛି । ସେହିପରି ଘରୋଇ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆଉ ବେଡ ନାହିଁ ।

Leave A Reply

Your email address will not be published.