ଘୁଞ୍ଚିଲା ବିଜୟ ମାଲ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୦/୧: ଘୁଞ୍ଚିଲା ପଳାତକ ବିଜୟ ମାଲ୍ୟା ମାମଲାର ଶୁଣାଣି। ତାଙ୍କ ସମ୍ପର୍କୀୟମାନଙ୍କ ସମ୍ପତ୍ତି ଜବତ ନକରିବାକୁ ବିଜୟ ଆବେଦନ କରିଥିଲେ। ମାଲ୍ୟାଙ୍କ ବିରୋଧରେ ଇଡିର ମାମଲା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖୁବଶୀଘ୍ର ମାମଲାର ଶୁଣାଣି ଶେଷ କରିବାକୁ ବମ୍ବେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୧ ଜୁଲାଇରେ ବମ୍ୱେ ହାଇକୋର୍ଟର ସ୍ୱତନ୍ତ୍ର ଅଦାଲତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ମାମଲାରେ ଶୁଣାଣି ହୋଇଥିଲା। ଯେଉଁ ଶୁଣାଣୀରେ ସମ୍ପତ୍ତି ଜବତ ନକରିବା ପାଇଁ ହୋଇଥିବା ଆବେଦନକୁ ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଥିଲେ। ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଏବଂ ପିଏମ୍‌ଏଲ୍‌ଏ କୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ। ପରେ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ବିଜୟ ମାଲ୍ୟା ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି। ୯ ହଜାର କୋଟି ଟଙ୍କାର ଋଣ ନେବା ପରେ ବ୍ୟାଙ୍କକୁ ନ ସୁଝି ମାଲ୍ୟା ଲଣ୍ଡନ ପଳାଇଛନ୍ତି। ଏହି ମାମଲାରେ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।

Comments are closed.