ବଢିଲା ସିମେଣ୍ଟ ଓ ରଡ ଦାମ,ଘର ବନେଇବା ହେବ ମହଙ୍ଗା Business By Samaya Live On Nov 13, 2019 0 Share ସମୟ ଲାଇଭ,୧୩/୧୧:ଏବେ ନୂଆ ଘର ବନେଇବା ହେବ ଆଉ ଟିକେ ମହଙ୍ଗା କାରଣ ଘର ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଡ ଓ ସିମେଣ୍ଟର ରେଟ ବଢିଛି। ଇସ୍ପାତ କମ୍ପାନୀଗୁଡ଼ିକ ଫ୍ଲାଟ୍ ଇସ୍ପାତର ଟନ୍ ପିଛା ଦରରେ ୫୦୦-୭୫୦ ଟଙ୍କାର ବୃଦ୍ଧି ଓ ଲମ୍ବା ଇସ୍ପାତ ସାମଗ୍ରୀ ଦରରେ ୧୦୦୦ ଟଙ୍କା ଭଳି ବଡ଼ ଧରଣର ବୃଦ୍ଧି ହୋଇଛି । ସାତ ମାସ ପରେ ନିର୍ମାଣ କାର୍ୟ୍ୟରେ ଲାଗୁଥିବା ଇସ୍ପାତ ଦାମ୍ ବଢ଼ିଛି। ସିମେଣ୍ଟର ଦାମ ମଧ୍ୟ ବୃଦ୍ଧି ହୋଇଛି । ଉତ୍ତର ଭାରତରେ ସିମେଣ୍ଟ୍ ଦାମ୍ ବସ୍ତା ପିଛା ୫ ଟଙ୍କା ବୃଦ୍ଧି ପାଇ ୩୨୫-୩୩୫ ଟଙ୍କା ସ୍ତରରେ ପହଞ୍ଚିଛି । ଘର ନିର୍ମାଣ କରିବା ଲାଗି ଲୋକମାନେ ଅଧିକ ସିମେଣ୍ଟ୍ କିଣୁଛନ୍ତି। ସରକାରୀ ସ୍ତରରେ ସିମେଣ୍ଟ୍ କିଣାକିଣିରେ ଏବେବି ମାନ୍ଦାବସ୍ଥା ରହିଛି । ଆନ୍ତର୍ଜାତିକ ବଜାରରେ ଏବେ ଇସ୍ପାତ ଦାମ୍ରେ ଟନ୍ ପିଛା ୨୫-୩୦ ଡଲାରର ବୃଦ୍ଧି ଦେଖାଦେଇଛି। 0 Share