ଏସ୍‌ଆର୍‌କେଙ୍କୁ ରିପ୍ଲେସ୍‌ କଲେ ବରୁଣ

ମୁମ୍ବାଇ: ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ ହାତଗଣତି କେତୋଟି ହିନ୍ଦୀ ଫିଲ୍ମ କରିଥିଲେ ମଧ୍ୟ ତାଙ୍କର ସମସ୍ତ ଫିଲ୍ମ ବକ୍ସଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି । କିଛି ସମୟ ପୂର୍ବେ ଖବର ଆସିଥିଲା ଯେ ସେ ଶାହାରୁଖ ଖାନଙ୍କ ସହ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି, ଯାହାର ନାମ ‘ମେଡ ଇନ୍‌ ଇଣ୍ଡିଆ’ ।

 ଏସ୍‌ଆର୍‌କେଙ୍କୁ ରିପ୍ଲେସ୍‌ କଲେ ବରୁଣ
ନିର୍ଦ୍ଦେଶକ ରାଜକୁମାର ହିରାନୀ

ବର୍ତ୍ତମାନର ଖବର ଅନୁଯାୟୀ ରାଜକୁମାର ହିରାନୀ ଶାହାରୁଖଙ୍କୁ ରିପ୍ଲେସ୍‌ କରି ଅଭିନେତା ବରୁଣ ଧୱନଙ୍କ ସହ କାମ କରିବେ ।

ରିପୋର୍ଟ ଅନୁଯାୟୀ ଫିଲ୍ମର ଟାଇଟଲ ରହିଛି ‘ମେଡ୍‌ ଇନ୍‌ ଇଣ୍ଡିଆ’ । ଏକ ସତ୍ୟ ଘଟଣା ଉପରେ ଆଧାରିତ ଯାହା ଏକ ସ୍ଲାଇସ୍‌ ଅଫ୍‌ ଲାଇଫ୍‌ ଡ୍ରାମା ଫିଲ୍ମ ହେବ । ବାସ୍ତବିକ ଜୀବନର କାହାଣୀକୁ ଦର୍ଶାଉଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ ରାଜକୁମାର ହିରାନୀଙ୍କ ସହାୟକ ନିର୍ଦ୍ଦେଶକ କରଣ ନାେୱର୍କର । ତେବେ ଏହି ଫିଲ୍ମକୁ ରାଜକୁମାର ହିରାନୀ ନିର୍ଦ୍ଦେଶିତ କରି ବେ ନାହିଁ ବରଂ ସେ ଜଣେ ନିର୍ମାତା ଭାବେ ଫିଲ୍ମ ସହ ଯୋଡ଼ି ହୋଇ ରହିବେ ।
 ଏସ୍‌ଆର୍‌କେଙ୍କୁ ରିପ୍ଲେସ୍‌ କଲେ ବରୁଣ

ନୀଲ୍‌ ବଟେ ସନ୍ନାଟା ଫେମ୍‌ ନୀରଜ ଶର୍ମା ଫିଲ୍ମର କାହାଣୀ ଲେଖିଛନ୍ତି । ଏହାର ସୁଟିଂ ଚଳିତ ବର୍ଷର ଶେଷ ଛଅ ମାସରେ ଆରମ୍ଭ ହେବ । କରଣ ନାେୱର୍କର ଦୀର୍ଘ ବର୍ଷ ଧରି ରାଜକୁମାରଙ୍କ ସହ ସହାୟକ ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି ।

ସେ ‘ପିକେ’ ଏବଂ ‘ଥ୍ରୀ ଇଡିୟଟ୍ସ’ ପରି ଫିଲ୍ମରେ କାମ କରିଛନ୍ତି । ଅଭିନେତା ବରୁଣ ଧୱନ ଏବେ ଶ୍ରୀରାମ ରାଘବନ ଏବଂ ନିତେଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଅରୁଣ ଖେତ୍ରପାଲଙ୍କ ବାୟୋପିକ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ବାୟୋପିକ୍‌ କାମ ସମ୍ପୂର୍ଣ୍ଣ ହେବା ପରେ ମେଡ୍‌ ଇନ୍‌ ଇଣ୍ଡିଆ ଫିଲ୍ମ ପାଇଁ ସମୟ ଦେବେ । ଏହା ବ୍ୟତୀତ ଅନ୍ୟ କେତେକ ପ୍ରୋଜେକଫରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଆଗକୁ ବରୁଣ କ୍ରିତି ସେନନଙ୍କ ସହ ‘ଭେଡିୟା’ରେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଅମର କୌଶିକ କରୁଛନ୍ତି । ସେହିପରି ଅନିଲ କପୁର, କିଆରା ଆଡଭାଣୀ ଏବଂ ନୀତି କପୁରଙ୍କ ସହ ବରୁଣ ଧୱନ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିୟୋ’ରେ ନଜର ଆସିବେ ।

Govt

Comments are closed.