ନଖିଆ ଓ କାନ୍ଦୁରୀଙ୍କ ନିଆରା ପ୍ରେମ କାହାଣୀ

ସମୟ ଲାଇଭ, ୧୦/୨(ଦିବ୍ୟାଜ୍ୟୋତି ମହାନ୍ତି):  ଚାରିଆଡ଼େ ପ୍ରେମ ସପ୍ତାହର ବାସ୍ନା। ପ୍ରେମକୁ ନେଇ କେତେ ସାଜସଜ୍ଜା ଆଉ ଆନନ୍ଦ ଉତ୍ସବ। ଯୁବକରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ପ୍ରେମକୁ ନେଇ ଏକ ଅନନ୍ୟ ଶ୍ରଦ୍ଧା। ଯୁବ ସମାଜ ପାଳୁଛି ଭାଲେଣ୍ଟାଇନ୍ ସପ୍ତାହ। ସ୍ଵପ୍ନ ଦେଖୁଛନ୍ତି ପରସ୍ପର ପାଇଁ ଯୁଗ ଯୁଗର।
ଭାଲେଣ୍ଟାଇନ୍ . ସେମାନଙ୍କ ପ୍ରେମ ଓ ପ୍ରେମ କାହାଣୀ ଦେଖିଲେ କାହାର ବି ମୁଣ୍ଡ ନଇଁଯିବ ଏଥିରେ ସନ୍ଦେହ ନାହିଁ। ସେମିତି ଏକ ସମ୍ବେଦନଶୀଳ କାହାଣୀ ରହିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ମହିଁସାମୁଣ୍ଡା (ଖ) ଗ୍ରାମରେ। ସ୍ଵର୍ଗୀୟ ପ୍ରେମର ଉଦାହରଣ ପାଲଟିଛନ୍ତି କାନ୍ଦୁରି ମଲ୍ଲିକ (କାନ୍ଦୁରି ) (୭୨) ଏବଂ ଲକ୍ଷ୍ମଣ ମଲ୍ଲିକ (ନଖିଆ) (୮୫)  ।ଦିନ ଥିଲା ନାଉଗାଁ ଅଞ୍ଚଳରେ ଅତି ନିଜର ଥିଲା ନଖିଆ। ରାସ୍ତାରେ ଘଣ୍ଟି ବାଜିଲେ ଯେ କେହି ଜାଣି ପାରୁଥିଲେ ଏ ହେଉଛି ନଖିଆ ରିକ୍ସା ବାଲାର ଆବାଜ। ରିକ୍ସା ଟାଣି ତେଲ ଲୁଣର ସଂସାର ପ୍ରତିପୋଷଣ କରୁଥିଲେ ନକ୍ଷିଆ। ସମୟର କରାଳ ଚୋଟରେ ଆଉ ଶୁଭିଲାନି ନଖିଆ ରିକ୍ସାର ଘଣ୍ଟି ଶବ୍ଦ। ଦୁଃଖର ବାଦଲ ଘୋଟିଗଲା ତାଙ୍କର ସୁଖୀ ପରିବାରର ଅକାଶରେ। ପକ୍ଷାଘାତରେ ପଡିଲେ ନଖିଆ। ଅନ୍ଧାର ଘର, ଛିଣ୍ଡା ଶେଯ ଆଉ ଅସହ ଦୁଃଖ ହୋଇଗଲା ତାଙ୍କର ଚିର ସାଥି। ଏକମାତ୍ର ସାହାକହିଲେ ସ୍ତ୍ରୀ କାନ୍ଦୁରି। ସକାଳ ହେଲେ ସ୍ଵାମୀଙ୍କ ସେବା ଶୁଶୃଷା କରିବା। ଦିନବେଳା ପରଘରେ ମଜୁରୀ ଲାଗନ୍ତି କାନ୍ଦୁରି। ସକାଳ ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଖାଦ୍ୟ ପର୍ଯ୍ୟନ୍ତ ସବୁକୁ କାନିରେ ଗଣ୍ଠି କରି ସାଇତି ରଖନ୍ତି। ଝାଳବୁହା ପରିଶ୍ରମରେ ମୁଣ୍ଡ ବୁଲାଇଦେଉଥିବା ବେଳେ ବୟସର ଅପରାହ୍ନରେ ଥାଇ ମଧ୍ୟ କାନ୍ଦୁରି ସବୁ ଖାଦ୍ୟକୁ ସେମିତି ସଞ୍ଚୟ କରି ସବୁଦିନ କାମସାରି ଘରକୁ ଫେରନ୍ତି। ଘରେ ପହଞ୍ଚି ସଞ୍ଚିତ ଖାଦ୍ୟକୁ ସାଥି ହୋଇ ଖାଆନ୍ତି ସ୍ଵାମୀ ଆଉ ସ୍ତ୍ରୀ। ପକ୍ଷାଘାତରେ ପ୍ରାୟ ୧୦ ବର୍ଷ କଷ୍ଟରେ ଥାଇ ମଧ୍ୟ ଆଜି ନଖିଆ ଯଦି ବଞ୍ଚିଛନ୍ତି ତାହା କେବଳ ତାଙ୍କ ସ୍ତ୍ରୀ କାନ୍ଦୁରି ପାଇଁ ବୋଲି ସେ ଗର୍ବରେ ଥରିଲା କଣ୍ଠରେ କୁହନ୍ତି।
     ସତରେ ଏହି ପ୍ରେମ କାହାଣୀ ନିଶ୍ଚିତ ଭାବରେ ଆଜିର ସାମାଜ ଆଉ ଯୁବକ ମାନଙ୍କ ପାଇଁ ଏକ ବିରଳ ଉଦାହରଣ। ଏହା ହିଁ ହେଉଛି ଆଜିର ପ୍ରେମ ଦିବସରେ ସାମାଜ ପାଇଁ ପ୍ରକୃତ ପ୍ରେମର ବାର୍ତ୍ତା
Launching Ceremony of “AYUSHMAN BHARAT

Comments are closed.