ସ୍ମାର୍ଟଫୋନର ବ୍ୟବହାର ଶରୀର ପାଇଁ କେତେ ହାନିକାରକ ?

ସମୟ ଲାଇଭ,୫/୧୧:  ଆପଣ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ ନିଶ୍ଚୟ ବ୍ୟବହାର କରୁଥିବେ। ସକାଳୁ ପହୀଲି ସୁର୍ଯ୍ୟକିରଣରୁ ରାତିରେ ବିଛଣାକୁ ଯିବା ଯାଏ ପ୍ରତିଟି ମୁହୂର୍ତ୍ତରେ ଆମେ ଏହି ସ୍ମାର୍ଟ ଫୋନକୁ ଖୋଜିଥାଉ। ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଏବେ ଏଇ ସ୍ମାର୍ଟଫୋନର ଜାଦୁରେ କବଳିତ। ତେବେ ଜାଣିଛନ୍ତି କି ଏହାର ବ୍ୟବହାର ଆପଣଙ୍କୁ କେତେ କ୍ଷତି ପହଞ୍ଚାଇ ପାରିବ ! : ସ୍ମାର୍ଟ ଫୋନର ଦିନକୁ ଦିନ ବଢିଚାଲିଥିବାବେଳେ ଆମ ଅଜାଣତରେ ଏହାର ବଡ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡୁଛି । ବିଶେଷ କରି ଯୁବପୀଢୀମାନେ ସ୍ମାର୍ଟଫୋନର ବହୁଳ ବ୍ୟବହାର କରୁଥିବାବଳେେ ଏହାର କୁପ୍ରଭାବର ଶୀକାର ହେଉଛନ୍ତି । ରିପୋର୍ଟ ଅନୁଯାୟୀ ଯୁବପୀଢିମାନେ ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ବିଷାଦଗ୍ରସ୍ତ ହେଉଛନ୍ତି । ୟୁନିଭରସିଟି ଅଫ ଆରିଜୋନାରୁ ପ୍ରକାଶିତ ରିର୍ସଚ୍ଚ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ମୋବାଇଲ ବା ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଡିପ୍ରେସନର ଶୀକାର ହେଉଛନ୍ତି । ସ୍ମାର୍ଟଫୋନ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଫଳରେ ଏହା ମଣିଷ ମଧ୍ୟରେ ଡିପ୍ରସେନର ଲକ୍ଷଣ ବୃଦ୍ଧି କରୁଛି ।

Launching Ceremony of “AYUSHMAN BHARAT

Comments are closed.