ଉଦ୍ଧାର କର

ତୁମରି ମହିମା ଯେ ଅପରମ୍ପାର
ସମୟ ଆସିଛି କିଛି କରି ଦେଖେଇବାର ।
ଏ ବିଶ୍ୱ ବାସୀଙ୍କୁ ଉଦ୍ଧାର କରାଅ
ଜଗତରେ ତୁମ ଟେକ ରଖି ଥାଅ ।
ଆଶା ଯେ ଅନେକ ତୁମରି ଉପରେ
ନିରାଶ କରିବନି ଜନ କଲ୍ୟାଣ ରେ ।
ବିଶ୍ୱର ସମସ୍ୟା  ମହାମାରୀ କରୋନା
ତୁମେ କିଛି କର ଯୋଜନା   ।
ଯାଉଛି ଜୀବନ ଏଠି ପ୍ରତିଦିନ
ବଞ୍ଚି ପାରିବାନି କି ଆଉ ବେଶି ଦିନ ।
ଏବେ ର କଷ୍ଟ ସହି ହଉନି
ବଞ୍ଚି ରହିବାକୁ ଇଚ୍ଛା ହଉନି ।
ଦେଖିବାକୁ ଇଚ୍ଛା ତୁମକୁ ପ୍ରତିଦିନ
ତାଲା ବନ୍ଦ କରି ରଖିଛ ହେ ଦିନ ଜନ ।
ମାରି ଦିଅ ଏ ମହାମାରିକି
ଦର୍ଶନ କରିବୁ ଆଗ ଭଳିକି ।
ପ୍ରସାଦ ଖାଇବୁ ଆମେ ତୁମର
ଖୁସିରେ ଫେରିବୁ ଘରକୁ ଆମର ।

Comments are closed.