ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକରେ

ସମୟ ଲାଇଭ୍‍,୨୭/୧୧; ମହାରାଷ୍ଟ୍ରରେ ମନୋନୀତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସକାଳେ ପତ୍ନୀଙ୍କ ସହ ଯାଇ ରାଜ୍ୟପାଳ କୋଶ୍ୟାରୀଙ୍କୁ ସାକ୍ଷାତ କରିଛନ୍ତି। ଆସନ୍ତା ୨୮ ତାରିଖ ଦିନ ଶିବସେନା ପ୍ରମୁଖ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସପାର୍ଟି ଓ ଶିବସେନା ମେଣ୍ଟ ସରକାର ଗଠନ ପାଇଁ ଉଦ୍ଧବଙ୍କୁ ଚୟନ କରାଯାଇଛି। ତେବେ ପୂର୍ବରୁ ଡ଼ିସେମ୍ବର ୧ ତାରିଖରେ ଶପଥଗ୍ରହଣ ସମାରୋହ ରହିଥିବାବେଳେ ରାଜ୍ୟପାଳଙ୍କୁ ଭେଟିବା ପରେ ଏହି ସମୟସାରଣୀରେ ସାମନ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ୨୮ ନଭେମ୍ବରରେ ଉଦ୍ଧବ ଶପଥ ନେବାକୁ ଥିବାବେଳେ ଅନ୍ୟମାନେ ବିଳମ୍ବରେ ଶପଥ ଗ୍ରହଣ କରିବେ।

Comments are closed.