ବନ୍ଧୁତ୍ୱ ବଖାଣୁଛି ଟ୍ରମ୍ପଙ୍କ ଗସ୍ତ, ମୋଦିଙ୍କ ସ୍ୱାଗତ

ସମୟ ଲାଇଭ,୨୪/୨: ଆଜି ଭାରତ ଗସ୍ତରେ ଆସି ସପରିବାର ଅହମଦାବାଦରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ତାଙ୍କୁ ଅହମଦାବାଦ ବିମାନ ବନ୍ଦରରେ ନିଜେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି । ଗୁଜରାଟର ପାରମ୍ପରିକ ଲୋକନୃତ୍ୟ ସହିତ ହଜାର ହଜାର ସଂଖ୍ୟାରେ ଜମାହୋଇଥିବା ଭିଡ଼ ଟ୍ରମ୍ପଙ୍କୁ ସ୍ୱାଗତ କରିଛି ଅହମଦାବାଦରେ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପରେ ନିଜ ପ୍ରଥମ କାର୍ଯ୍ୟକାଳରେ ଭାରତ ଗସ୍ତ କରିବାରେ ଟ୍ରମ୍ପ ହେଉଛନ୍ତି ଏକ ମାତ୍ର ରାଷ୍ଟ୍ରପତି । ଟ୍ରମ୍ପଙ୍କ ଆଗମନକୁ ଭାରତରେ ସମସ୍ତେ ଅପେକ୍ଷା କରି ରହିଛନ୍ତି ବୋଲି କାଲି ଟ୍ବିଟ୍‌ କରି ସୂଚନା ଦେଇଥିଲେ ନିଜେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦରେ ହେବାକୁ ଐତିହାସିକ କାର୍ଯ୍ୟକ୍ରମ ଭାରତ ପାଇଁ ସମ୍ମାନର କଥା ବୋଲି ଟ୍ବିଟରେ କହିଥିଲେ ମୋଦି ।
ସାବରମତୀ ନଦୀ କୂଳରେ ଅବସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରସିଦ୍ଧ ସାବରମତୀ ଆଶ୍ରମରେ କିଛି ସମୟ ବିତେଇଥିଲେ । ଟ୍ରମ୍ପ୍‌ ଓ ମେଲାନିଆଙ୍କୁ ସେଠାରେ ବୁଲାଇ ମୋଦି ବିଭିନ୍ନ ସ୍ଥାନ ଓ ଜିନିଷ ଦେଖାଇଥିଲେ ଓ ସେମାନଙ୍କୁ ସେ ସବୁର ସହତ୍ୱ ବୁଝାଇଥିଲେ । ସାବରମତୀ ଆଶ୍ରମରେ ଟ୍ରମ୍ପ୍‌ ମହାତ୍ମା ଗାନ୍ଧିଙ୍କ ଚ଼ରଖା ଚ଼ଳେଇଥିଲେ । ମେଲାନିଆ ବଡ଼ ଆଗ୍ରହରେ ଏହା ଦେଖୁଥିଲେ । ପ୍ରଧାନ ମନ୍ତ୍ରୀ ମୋଦି ସେମାନଙ୍କୁ ଚ଼ରଖା ଚ଼ଳେଇବାର ମହତ୍ୱ ଓ ଗାନ୍ଧିଙ୍କ ବିଚ଼ାର ବୁଝାଇ କହିଥିଲେ ।
ସାବରମତୀ ଆଶ୍ରମର ଭିଜିଟର୍‌ସ୍‌ ଖାତାରେ ଟ୍ରମ୍ପ୍‌ ମୋଦିଙ୍କୁ ଧନ୍ୟବାଦ ଦେଇ ଲେଖିଲେ: ‘‘ମୋ’ର ବହୁତ ଭଲ ସାଙ୍ଗ ମୋଦିଙ୍କୁ ଏହି ଅଦ୍ଭୁତ ଭ୍ରମଣ ପାଇଁ ଧନ୍ୟବାଦ ।

ମୋଟେରା ଷ୍ଟାଡ଼ିୟମରେ ନମସ୍ତେ ଟ୍ରମ୍ପର ଇଭେଣ୍ଟର ଆରମ୍ଭରେ ମୋଦୀ ଦେଶବାସୀଙ୍କ ସମ୍ବୋଧିତ କରିଥିଲେ ଓ ଭାରତ-ଆମେରିକା ମଧ୍ୟରେ ଥିବା ଗଭୀର ବନ୍ଧୁତ୍ୱ ବିଷୟରେ କହିଲେ । ତେବେ ଟ୍ରମ୍ପ୍‌ ତାଙ୍କ ଭାଷଣରେ ମୋଦିଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି ।

Comments are closed.