ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ

ସମୟ ଲାଇଭ୍‍,୧୮/୧୧ (ରାଜଗୁପ୍ତା): କିଛି ଦିନର ବିରତି ପରେ ପୁଣି ଦୁଆରସୁଣି ଘାଟି ରେ ପୁଣି ଦୁର୍ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲା ର ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ ଖସିପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଖାପାଖି ୬୦ ଫୁଟ ତଳକୁ ଖସିଲା ଲୁହା ବଝେଇ ଟ୍ରକ । ୬୮ ନଂ ଜାତୀୟ ରାଜପଥ ରେ ଘଟିଛି ଅଘଟଣ । ଟ୍ରକ ଟି କଲିକତା ଯାଉଥିବା ଜଣାପଡିଛି । ପ୍ରାୟ ଆଜି ସକାଳ ୭ ରୁ ୮ ମଧ୍ୟ ରେ ଘଟିଛି ଦୃଘଟଣା । ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଙ୍କ ସହାୟତାରେ ଟ୍ରକରେ ଥିବା ଲୋକ ଙ୍କୁ ଉଦ୍ଧାର କରାଯାଇଛି । ତେବେ ଦୁଇ ଜଣ ଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ ଜଣେ ଗୁରୁତର ଆହତ ଙ୍କୁ ବାଙ୍ଗିରିପୋଶି ଡ଼ାକ୍ତରଖାନାରେ ଭତ୍ତି କରାଯାଇଛି । ଦିଲ୍ଲୀପ ଦାସ ଗୁରୁତର ଙ୍କୁ ପରେ ବାରିପଦା ବଡ଼ ଡ଼ାକ୍ତରଖାନା କୁ ଅଣାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.