ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ

0

ଦୁନିଆରେ ମିଳୁଥିବା ପ୍ରତ୍ୟେକ ଫଳର ନିଜସ୍ୱ ଗଛ ଅଛି । କି;ୁ ଆପଣ ଜାଣନ୍ତି କି ଏହି ଦୁନିଆରେ ଏପରି ଏକ ଗଛ ମଧ୍ୟ ଅଛି, ଯାହା ୪୦ ପ୍ରକାରର ଫଳ ଦେଇଥାଏ । ଏହାକୁ ବିଶ୍ୱାସ କରିବା ଟିକିଏ କଷ୍ଟସାଧ୍ୟ, କି;ୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଏହି ଅନନ୍ୟ ଅଦ୍ଭୁତ ବୃକ୍ଷକୁ ‘ଟ୍ରି ଅଫ୍‌ ୪୦’ କୁହାଯାଏ । ଏଥିରେ ଜାମୁକୋଳି, ପିଚ୍‌ , କଦଳୀ, ଚେରୀ ଏବଂ ଅମୃତଭଣ୍ଡା ପରି ଅନେକ ଫଳ ଫଳିଥାଏ । ଏହି ଅସମ୍ଭବକୁ ସମ୍ଭବ କରିବାରେ ସଫଳ ହୋଇଛନ୍ତି ଆମେରିକାର ବିଶେଷଜ୍ଞମାନେ । ଦୀର୍ଘ ବର୍ଷ ଧରି ଗବେଷଣା କରିବା ପରେ ଏପରି ବୃକ୍ଷର ସ୍ୱପ୍ନକୁ ସାକାର କରିଛନ୍ତି । ଏହି ଗଛକୁ ଆମେରିକାର ସିରାକ୍ୟୁସ୍‌ ବିଶ୍ୱବିଦ୍ୟାଳୟର ଭିଜୁଆଲ୍‌ ଆର୍ଟ ପ୍ରଫେସର ଭୋନ୍‌ ଏକେନ୍‌ ପ୍ରସ୍ତୁତ କରିଛନ୍ତି ।

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ

ସୂଚନା ଅନୁଯାୟୀ ଏହା କେବଳ ଏକ ପ୍ରକାରର କଲମୀ ମାଧ୍ୟମରେ ଏକତ୍ର ୪୦ ପ୍ରକାରର ଫଳ ହେବାର ସମ୍ଭବ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରି ଅଫ୍‌ ୪୦ ର ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା । କାରଣ ଏହାର ଗୋଟିଏ ଶାଖା ମାଧ୍ୟମରେ ଆପଣ ଏହି ଗଛକୁ ଅତି ଆରାମରେ ବଞ୍ଚାଇ ପାରିବେ । ସେହି କଲମୀ ହେଉଛି ଏକ ମାନବ କୌଶଳ ଯାହା ଦ୍ୱାରା ଗୋଟିଏ ଗଛରେ ଆଉ ଏକ ଗଛ ପ୍ରସ୍ତୁତ କରାଯାଇଥାଏ । ଏଥିପାଇଁ ଶୀତଦିନେ ଗଛର ଏକ ଡାଳ କଟା ଯାଇ ଅଲଗା ରଖାଯାଇଥାଏ ।

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ

ଏହା ପରେ, ସେହି ଡାଳଟି ଅନ୍ୟ ଗଛରେ ଛିଦ୍ର କରି ସେହି ସ୍ଥାନରେ ଲଗାଇ ଦିଆଯାଏ । ଏହା ସହ ପୁଷ୍ଟିକର ତତ୍ତ୍ୱର ଲେପ ପ୍ରୟୋଗ କରି ପୂରା ଶୀତଦିନ ପାଇଁ ପଟି ବାନ୍ଧି ଛାଡ଼ିଦିଆଯାଏ । ଡାଳଟି ଧୀରେ ଧୀରେ ମୁଖ୍ୟ ଗଛ ସହିତ ସଂଲଗ୍ନ ହୁଏ ଏବଂ ଫୁଲଫଳ ସେଥିରେ ଆସିବା ଆରମ୍ଭ କରେ ।

Leave A Reply

Your email address will not be published.