ତିନି ମାସ ପରେ କାଶ୍ମିର ଉପତ୍ୟାକାରେ ସ୍ୱଭାବିକ ହେଲା ଟ୍ରେନ ଚଳାଚଳ

ସମୟଲାଇଭ,୧୧/୧୧: ଜାମ୍ମୁ କାଶ୍ମିର ଉପତ୍ୟାକାରେ ଆଜି ସ୍ୱଭାବିକ ହୋଇଛି ଟ୍ରେନ ଚଳାଚଳ। ଧାରା ୩୭୦ ଉଠିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଦୀର୍ଘ ତିନିମାସ ହେଲା ବନ୍ଦ ଥିବା ଟ୍ରେନ ସେବା ଆଜିଠୁ ପୁଣି ଥରେ ଆରମ୍ଭ ହୋଇଛି। ତିନି ଦିନ ଧରି ରେଳ ଧାରଣା ଯାଞ୍ଚ ପରେ ଆଜି ରେଳ ସେବା କାର୍ୟ୍ୟକାରୀ ହୋଇଛି । ନଭେମ୍ବର ୧୦ ତାରିଖରେ ଟ୍ରାଏଲ ରନ୍ ପାଇଁ ଅନୁମତି ଦିଆଯାଇଥିଲା । ନଭେମ୍ବର ୧୧ ରେ ରେଳ ସେବା କାର୍ୟ୍ୟକାରୀ କରାଯାଇଛି । ଅଗଷ୍ଟ ୫ ତାରିଖରେ ଉତ୍ତର କଶ୍ମୀର ବାରମୁଳାରୁ ଦକ୍ଷିଣ କଶ୍ମୀର ବନିହାଲ ଯାଏଁ ରେଳ ସେବା ବନ୍ଦ କରାଯାଇଥିଲା ।

Comments are closed.