୧୫ଦିନ ପରେ ପୁଣି କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ

ସମୟ ଲାଇଭ,୧୫/୧୧: ଆସନ୍ତା ଡ଼ିସେମ୍ବର ୧ ତାରିଖ ଠାରୁ ଟ୍ରାଫିକ୍ ବ୍ୟବସ୍ଥା ପୁଣିଥରେ କଡ଼ାକଡ଼ି ହୋଇଯିବ। ପୂର୍ବରୁ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ସେପ୍ଟେମ୍ବର ୧ ତାରିଖରୁ ଏହାକୁ ଟ୍ରାଫିକ ନିୟମକୁ କୋହଳ କରାଯାଇଥିଲା। ଟ୍ରାଫିକ୍ ନିୟମ ଅନ୍ତର୍ଭୁକ୍ତ କାଗଜପତ୍ର ସଂଗ୍ରହ କରିବା ପାଇଁ ତିନିମାସ ସମୟ ଦିଆଯାଇଥିଲା। ଏହି ସମୟ ସୀମା ଶେଷ ହେବାକୁ ଯାଉଥିବାବେଳେ ଡ଼ିସେମ୍ବର ୧ ତାରିଖରୁ ଯାଞ୍ଚ ପ୍ରକ୍ରିିୟା ତ୍ୱରାନ୍ୱିତ ହେବ। ଟ୍ରାଫିକ ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବ। ତେବେ ଏନେଇ ଚାଳକମାନଙ୍କ ମଧ୍ୟ ରେ ତତ୍ପରତା ଦେଖାଦେଇଛି।

Comments are closed.