୨୪ ଘଣ୍ଟାରେ ଦେଶରେ ୨୭, ୧୭୬ କରୋନ ସଂକ୍ରମିତ ଓ ୨୮୪ ମୃତ

0

ଦିଲ୍ଲୀ: ସେପ୍‌ଟେମ୍ବର ୧୫ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭,୧୭୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୮, ୦୧୨ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମିତ ଅପେକ୍ଷା କରୋନା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି , ଯାହା ଏକ ଆଶ୍ୱସ୍ତିକର ଖବର । ସେହିପରି ସୁସ୍ଥତା ହାର ସର୍ବାଧିକ ୯୭.୬୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୫ ଲକ୍ଷ ୨୨ ହଜାର ୧୭୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୮୭ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୮୪ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪ଲକ୍ଷ ୪୩ ହଜାର ୪୯୭ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୦୦ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୬୯ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ସର୍ବାଧିକ ୧୫,୮୭୬ କରୋନା ସକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୨୯ ରୋଗୀଙ୍କର ମୃତୁ୍ୟ ହୋଇଛି ।

Leave A Reply

Your email address will not be published.