୨୪ ଘଣ୍ଟାରେ ଦେଶରେ ୩୧, ୨୨୨ କରୋନା ସଂକ୍ରମିତ ଓ ୪୨, ୯୪୨ ସୁସ୍ଥ

0

ଦିଲ୍ଲୀ: ସେପ୍‌ଟେମ୍ବର ୭ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୨୨୨ ରହିଥିଲା ବେଳେ ୪୨, ୯୪୨ ସୁସ୍ଥ ହୋଇଛନ୍ତି । ଆଶ୍ୱସ୍ତିକର ଖବର ଯେ, ଆଜି ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୨ ହଜାର ୮୬୪ ରହିଛି । ସେହିପରି ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୨ ଲକ୍ଷ ୨୪ ହଜାର ୯୩୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୨୯୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ମୋଟ ୪ ଲକ୍ଷ ୪୧ ହଜାର ୪୨ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୫୬ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୦୫ ପ୍ରତିଶତ ରହିଛି । ଦେଶରେ ମୋଟ ୬୯.୯୦ କୋଟି ଜଣ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.