ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରଲ, ୪ ଗିରଫ

ସମୟ ଲାଇଭ,୧୯/୩(ଦିବ୍ୟାଜ୍ୟୋତି ମହାନ୍ତି) : ଜଗତସିଂହପୁର ନାଉଗାଁରେ ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରାଯାଇଥିବା ଅଭିଯୋଗ ହୋଇଛି । ଟିକଟକ ଭିଡିଓ କରୁଥିବା ଜଣେ କଲେଜ ଛାତ୍ରୀଙ୍କ ଭିଡିଓରେ କିଛି ଅଶ୍ଲୀଳ ଭିଡିଓ ଯୋଡି ଏହି ଭିଡିଓକୁ କିଛି ଯୁବକ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ଘଟଣା ସାମ୍ନାକୁ ଆସିଛି । ଉକ୍ତ ଭିଡ଼ିଓକୁ ସୋସିଆଲ୍ ମିଡିଆ ଛାତ୍ରୀ ଜଣଙ୍କ ଦେଖିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ବର୍ଗ ଜାଣିବା ପରେ ଘଟଣା ସମ୍ପର୍କରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପ୍ରାରମ୍ଭିକ ତଦନ୍ତରେ ଭିଡିଓଟିକୁ ଭାଇରାଲ୍ କରିଥିବା ଚାରିଜଣ ଯୁବକକୁ ଥାନାକୁ ଆଣି ଅଟକ ରଖି କେସ ନମ୍ବର ୫୦/୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଆଜି ଏହି ଚାରି ଆସାମୀ ମାନଙ୍କୁ କୋର୍ଟ୍ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏହି ଘଟଣାରେ ଆଉ ମଧ୍ଯ କିଛି ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ୍ ସନ୍ଦେହ କରୁଛି |

Comments are closed.