ଆଫଗାନିସ୍ଥାନରେ ସରକାର ଗଠନ ନେଇ ତାଲିବାନ ଦୁଇ ଭାଗ: ବରାଦରଙ୍କ ପତ୍ତା ମିଳୁନି

0

କାବୁଲ: ସେପ୍‌ଟେମ୍ବର ୧୫ : ଅଫଗାନିସ୍ଥାନରେ ସରକାର ଗଠନ ନହେଉଣୁ ତାଲିବାନ ମଧ୍ୟରେ ଦ୍ୱନ୍ଦ ଦେଖାଯାଇଛି । ଫଳରେ ଆଫଗାନିସ୍ଥାନରେ କିଏ ସରକାର ଗଠନ କରିବ ସେନେଇ ତାଲିବାନ ଦୁଇ ଦଳରେ ବିଭକ୍ତ ହୋଇଛି । ସେହି ଭାଗ ହେଉଛି- ମୁଲ୍ଲା ବରାଦର ଦଳ ଏବଂ ଖଲିଲ-ଉର୍‌-ରେହମାନ ହMାନୀ ଦଳ । ଏନେଇ ତାଲିବାନର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛି ।
ସୂଚନା ଅନୁସାରେ, ଗତ ସପ୍ତାହରେ କାବୁଲ ରାଷ୍ଟ୍ରପତି କାର୍ଯ୍ୟାଳୟରେ ଏକ କ୍ୟାବିନେଟ୍‌ ବୈଠକ ହୋଇଥିଲା । ସେହି ବୈଠକରେ ଏହି ଦୁଇ ନେତାଙ୍କ ମଧ୍ୟରେ ବିତର୍କ ସୃଷ୍ଟି ହୋଇଥିଲା । ଏହାପରେ କିଛି ନେତା ବରାଦର ଓ ଅନ୍ୟ କିଛି ନେତା ହMାନୀଙ୍କୁ ସମର୍ଥନ କରି ଦୁଇ ଦଳରେ ବିଭକ୍ତ ହୋଇଯାଇଥିଲେ । ଏହି ବୈଠକ ପରେ ବରାଦରଙ୍କ ପତ୍ତା ମିଳୁନି । ସେ କାବୁଲ ଛାଡ଼ି କୁଆଡ଼େ ଅନ୍ୟତ୍ର ଚାଲିଯାଇଛନ୍ତି ବୋଲି ଖବର ମିଳୁଥିଲା ବେଳେ ଅନ୍ୟ କେହି କହୁଛନ୍ତି, ବରାଦରଙ୍କ ମୁତୁ୍ୟ ହୋଇଯାଇଛି । ତେବେ ଆଫଗାନିସ୍ଥାନରୁ ଆମେରିକା ସୈନ୍ୟଙ୍କୁ ହଟାଇବାରେ ମୁଖ୍ୟ ଭୂମିକା କାହାର ରହିଥିଲା ସେ ନେଇ ଦୁଇ ଦଳଙ୍କ ମଧ୍ୟରେ ବିତର୍କର କାରଣ ସାଜିଛି । ହMାନୀ ଦଳର ନେର୍ଟୱାର୍କକୁ ତାଲିବାନର ସବୁଠାରୁ ବଡ଼ ଓ ମଜଭୁତ ଯୁଦ୍ଧ ୟୁନିଟ୍‌ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ, କାନ୍ଦାହାର ପ୍ରଦେଶରୁ ଆସୁଥିବା ତାଲିବାନ ନେତା ଏବଂ ଉତ୍ତର-ପୂର୍ବ ଆଫଗାନିସ୍ଥାନରୁ ଆସୁଥିବା ଲୋକଙ୍କ ମଧ୍ୟରେ ଏବେ ଦ୍ୱନ୍ଦ ଦେଖାଯାଇଛି । କାନ୍ଦାହାରକୁ ତାଲିବାନର ମୁଖ୍ୟ ଗଡ଼ ଭାବେ ବିଶ୍ୱାସ କରାଯାଉଥିଲା ବେଳେ ସେଠାକାର ନେତା ଶାସନ କ୍ଷମତାରେ ଗୁରତ୍ୱପୂର୍ଣ୍ଣ ଅଂଶ ହାସଲ କରିବାକୁ ଦାବି କରୁଛନ୍ତି । ଯାହାକୁ ଉତ୍ତର-ପୂର୍ବ ଲୋକ ବିରୋଧ କରୁଛନ୍ତି ।

Leave A Reply

Your email address will not be published.