ଥାଇଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ ୧୫ ନିହତ

0

ସମୟ ଲାଇଭ,୮/୧୧:ଥାଇଲାଣ୍ଡରେ ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସଲିମ୍‍ ଉଗ୍ରପନ୍ଥୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୫ ଜଣ ନିହତ ହେବା ସହ ୫ ଜଣ ଆହତ ହୋଇଛନ୍ତି। ଥାଇଲାଣ୍ଡରେ ଉଗ୍ରବାଦର ୧୫ ବର୍ଷରେ ଏହା ହେଉଛି ସବୁଠାରୁ ଭୟଙ୍କା ଆକ୍ରମଣ। ଦକ୍ଷିଣ ପୟଦେଶ ପଟ୍ଟାନୀ,ୟାଲା ଓ ନାରାଥିୱାଟକୁ ଅଧିକ ସ୍ୱାୟତତ୍ତା ପ୍ରଦାନ ଲାଗି ଲଢେଇ ଜାରି ରହିଥିବାବେଳେ ମାଳୟ-ମୁସଲିମ ଲିଗ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ୭ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଲାଣି। ଏହି ତିନି ପ୍ରଦେଶରେ ୪୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବା ସହ ସାମରିକ ଆଇନ ଲାଗୁ କରାଯାଇଛି। ଗତ ମଙ୍ଗଳବାର ରାତିେୀ ୟାଲା ପ୍ରଦେଶର ତିନି ଚେକ୍‍ ପଏଣ୍ଟକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। ଆତଙ୍କବାଦୀମାନେ ଚେକ୍‍ ପଏଣ୍ଟକରୁ ଏମ-୧୬ ରାଇଫଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଛଡାଇନେଇ ଭ୍ରାମବାସିମାନଙ୍କ ଉପରକୁ ଗୁଳି ମାଡ କରିଥିଲେ। ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ପ୍ରାଣ ହରାଇଥିବାବେଳେ ହସ୍ପିଟାଲରେ ଆଉ ତିନିଜଣଙ୍‍କ ମୃତ୍ୟୁ ହୋଇଥିଲା।

 

Leave A Reply

Your email address will not be published.