ଆତଙ୍କବାଦୀଙ୍କ ଟାର୍ଗେଟରେ ସୁରକ୍ଷା ନିରାପତ୍ତା ବାହିନୀ

0

ସମୟ ଲାଇଭ,୬/୧୧: ଭାରତୀୟ ସୁରକ୍ଷା ମାହିନୀ ଉପରେ ଆକ୍ରମଣ କରିବା ପାଇଁ ଏବେ ଷଡଯନ୍ତ୍ର କରୁଛି ଆତଙ୍କବାଦୀ ସଂଙ୍ଗଠନ ଅନସାର ଗଜୱାତ-ଉଲ ହିନ୍ଦ। ଜାମ୍ମୁ କାଶ୍ମୀରରେ ଭାରତୀୟ ନିରାପତ୍ତା ବଳ ଉପରେ ଆକ୍ରମଣ କରିବାକୁ ସୁଯୋଗ ଖୋଜୁଛି ଏହି ଆତଙ୍କବାଦୀ ସଂଗଠନ । ଏହା ଆତଙ୍କବାଦୀ ସଂଗଠନ ଅଲ କାଏଦାର ଏକ ଶାଖା ସଂଗଠନ ବୋଲି ଗୋଇନ୍ଦା ସୂତ୍ରରୁ ଜଣାପଡିଛି। ସେନାର ଦୃଢ ଜବାବ ଫଳରେ ସୀମାରେ ଅନେକ ଆତଙ୍କୀ ସଫା ହୋଇଥିଲେ। ତେଣୁ ଏହାର ପ୍ରତିଶୋଧ ନେବାକୁ ଅନସାର ଗଜୱାତ ଉଲ ହିନ୍ଦ ଓ ଆଇଏସର ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଶାଖା ମିଳିତ ଯୋଜନା କରିଛନ୍ତି । କିନ୍ତୁ ଅସ୍ତ୍ରଶସ୍ତ୍ର ଅଭାବକୁ ନେଇ ଏମାନେ ସୁରକ୍ଷା ବଳ ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ କରିବାକୁ ଯୋଜନା କରିଛନ୍ତି ।

 

Leave A Reply

Your email address will not be published.