ଟେଡ୍ଡି ଡ଼େ ରେ ଜାଣନ୍ତୁ କେଉଁ ରଙ୍ଗର ଟେଡ୍ଡି କ’ଣ ସୂଚନା ଦିଏ?

ସମୟ ଲାଇଭ୍‍,୧୦/୧: ପ୍ରେମ ସପ୍ତାହର ପ୍ରଥମଦିନରେ ପ୍ରେମୀଯୁଗଳ ପରସ୍ପରକୁ ଗୋଲାପଫୁଲ ଦେବା ପରେ ଦ୍ୱିତୀୟ ଦିନରେ ପ୍ରେମ ନିବେଦନ କରିଥିଲେ ପରସ୍ପରକୁ। ତୃତୀୟ ଦିନରେ ପରସ୍ପରକୁ ଚକୋଲେଟ ଉପହାର ଦେବା ସହ ପ୍ରେମ ସମ୍ପର୍କ ଯେ, କେତେ ମଧୁର ତାହା ଜଣାଇଥିଲେ। ତେବେ ଚତୁର୍ଥଦିନରେ ଟେଡ୍ଡି ଡ଼େ ଅବସରରେ ଟେଡ୍ଡି ଗିଫ୍ଟ ଦେଇ ମନର ଭାବନାକୁ ପ୍ରକାଶ କରିଥା’ନ୍ତି ଲଭ୍‍ ବାର୍ଡ଼ସ୍‍।
ତେବେ ଟେଡ୍ଡିର ରଙ୍ଗ ହିଁ ପ୍ରକାଶ କରେ ସାଥୀ ଆପଣଭ୍‍କୁ ନେଇ କ’ଣ ଚିନ୍ତା କରୁଛନ୍ତି।


ନାଲିରଙ୍ଗ: ଟେଡ୍ଡି ଡ଼େ’ ରେ ନାଲିରଙ୍ଗର ଟେଡ୍ଡି ଗିଫ୍ଟ ଦେବା ଦ୍ୱାରା ସାଥୀ ବୁଝିପାରନ୍ତି ଆପଣ ତାଙ୍କୁ କେତେ ଭଲ ପାଆନ୍ତି। ମନର ଭାବନା ସାଥୀଙ୍କ ଆଗରେ ପ୍ରକାଶ କରିବାର ଏହା ଉତ୍କୃଷ୍ଟ ରଙ୍ଗ ଅଟେ |


ଗୋଲାପି ରଙ୍ଗଟେଡ୍ଡି : ଗୋଳାପୀ ରଙ୍ଗର ଟେଡ୍ଡି ସମସ୍ତଙ୍କର ଖୁବ୍‍ ପସନ୍ଦ। ଖାସ୍‍ କରି ଝିଅମାନେ ଏହି ରଙ୍ଗର ଟେଡ୍ଡି ଉପହାର ପାଇବାଦ୍ୱାରା ବେଶ୍‍ ଖୁସି ହୁଅନ୍ତି। ଆପଣ କଦାପି ସାଥୀଙ୍କ ହାତ ଛାଡ଼ିବେ ନାହିଁ ବୋଲି ଏହି ଟେଡ୍ଡି ସୂଚନା ଦେଇଥା’ନ୍ତି।
ନୀଳ ରଙ୍ଗ ଟେଡ୍ଡି: ଆପଣଙ୍କୁ ଯଦି କେହି ନୀଳ ରଙ୍ଗର ଟେଡ୍ଡି ଦେଉଛନ୍ତି ତାହାଲେ ବୁଝିଯାଆନ୍ତୁ ସେ ଆପଣଙ୍କୁ ଖୁବ୍‍ ଭଲ ପାଆନ୍ତି।
ସବୁଜ ରଙ୍ଗ ଟେଡ୍ଡି: ପ୍ରକୃତିର ରଙ୍ଗ ଭାବେ ପରିଚିତ ସବୁଜ ରଙ୍ଗର ଟେଡ୍ଡି ଅନେକ କଥା କହିଥାଏ। ଏହାର ଅର୍ଥ ଆପଣଙ୍କ ସାଥୀ ଆପଣଙ୍କୁ ଯଥେଷ୍ଟ ସମ୍ମାନ କରନ୍ତି ଏବଂ ସେ ସାରା ଜୀବନ ଆପଣଙ୍କୁ ହିଁ ଅପେକ୍ଷା କରିବେ


ଧଳା ରଙ୍ଗର ଟେଡ୍ଡି: ଏହି ରଙ୍ଗର ଟେଡ୍ଡି ଯଦି ଆପଣଙ୍କୁ କିଏ ଗିଫ୍ଟ ଦେଉଛନ୍ତି ତେବେ ବୁଝିଯାଆନ୍ତୁ କି, ସେ ଆପଣଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିବାକୁ ଚାହୁଁନାହାନ୍ତି। ତେବେ ସେ ସାରା ଜୀବନ ଆପଣଙ୍କ ବନ୍ଧୁଟିଏ ହୋଇ ରହିବାକୁ ଇଚ୍ଛା କରିଥା’ନ୍ତି।
କମଳା ରଙ୍ଗ ଟେଡ୍ଡି: କମଳା ରଙ୍ଗର ଟେଡ୍ଡି ଜଣେ ଆପଣଙ୍କୁ ଦେବାର ଅର୍ଥ ହେଉଛି ସେ ଆପଣଙ୍କୁ ପୂର୍ବରୁ ଭଲପାଇ ଆସୁଛନ୍ତି ଏବଂ ସେ ଚାହୁଁଛନ୍ତି ଆପଣ ମଧ୍ୟ ତାଙ୍କୁ ଅନୁରୂପ ଭାବେ ଭଲପାଆନ୍ତୁ।
କଳାରଙ୍ଗ ଟେଡ୍ଡି: ଯଦି ଜଣେ କେହି ଆପଣଙ୍କ ପ୍ରେମକୁ ପ୍ରତ୍ୟାଖାନ କରିବାକୁ ଚାହୁଁଛି କିନ୍ତୁ ଆପଣଙ୍କ ମନରେ କଷ୍ଟ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ତେବେ ସେ ଆପଣଙ୍କୁ କଳା ରଙ୍ଗର ଟେଡ୍ଡି ଦେଇଥା’ନ୍ତି।
ହଳଦିଆ: ହଳଦିଆ ରଙ୍ଗର ଟେଡ୍ଡି ସେହିମାନେ ଆପଣଙ୍କୁ ଉପହାର ଦିଅନ୍ତି ଯାହା ସହ ଆପଣ ପୂର୍ବରୁ ପ୍ରେମ ସମ୍ପର୍କରେ ରହିଆସିଛନ୍ତି କିନ୍ତୁ ସେ ଆପଣଙ୍କ ସହ ସମ୍ପର୍କ ତୁଟାଇବାକୁ ଚାହୁଁଛନ୍ତି।

Comments are closed.