ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଦିନ ମଜୁରିଆ

ଲକ ଡାଉନ ପରିସ୍ଥିତି ଯୋଗୁଁ ତାଳଚେରର ବିଭିନ୍ନ ଅଞ୍ଚଳରେ ଗରିବ,ଦିନ ମଜୁରିଆମାନେ ଏବେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି l ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଏହି ଗରିବ ଶ୍ରେଣୀର ଲୋକେ ବାଧ୍ୟବାଧକତାରେ ଘରେ ବସି ରହିଛନ୍ତି l ପୂର୍ବରୁ ଦୈନିକ ଛୋଟମୋଟ କାମଧନ୍ଦା କରି ପରିବାର ପୋଷୁଥିବା ଏହି ଲୋକମାନେ ଏବେ ଖାଦ୍ୟାଭାବ ଏବଂ ଅଭାବ ଅନଟନ ଦେଇ ଗତି କରୁଛନ୍ତି l ଏଭଳି ସ୍ଥିତିରେ ତାଳଚେର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସେମାନଙ୍କୁ ଚାଉଳ ,ଲୁଣ ,ଡାଲି ବଣ୍ଟନ କରାଯାଇଥିଲା l ତାଳଚେରର ବିଭିନ୍ନ ବସ୍ତିରେ ବୁଲି ପରିବାରକୁ ପ୍ରଥମେ କରୋନା ଭୁତାଣୁ ସଂକ୍ରମଣକୁ ବ୍ୟାପିବାରୁ କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ସଚେତନତା କରାଯିବା ପରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

Comments are closed.