kgf-2 - Samaya Live

ବକ୍ସ ଅଫିସ ପେର ଏବେ ଓଟିଟିରେ ଧମାଲ କରିବ କେଜିଏଫ୍‌-୨
ନୂଆଦିଲ୍ଲୀ: ମଇ୦୭: ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ -୨ ଦେଶ ତଥା ଦେଶ ବାହାରେ ବହୁତ ବଡ ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହାର ଓଟିଟି ରାଇଟସ୍ ବିଷୟରେ ଏକ ବଡ ଖବର ଆସିଛି ।କେଜିଏଫ୍ -୨ର ରାଇଟସ୍ ପ୍ରାୟ ୩୨୦ କୋଟିରେ ବିକ୍ରି କରାଯାଇଛି । ଯାହା ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ ଡିଲ୍ ବୋଲି ପ୍ରମାଣିତ ହୋଇଛି। ଏହା ସହିତ ନିର୍ମାତାମାନେ ଓଟିଟି ରାଇଟସ୍ରୁ କୋଟି କୋଟି ଟଙ୍କା ମଧ୍ୟ ହାସଲ କରିଛନ୍ତି। ଖବର ଅନୁଯାୟୀ, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ କେଜିଏଫ୍ ୨ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀ ଭଳି ଭାଷାରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହାପୂର୍ବରୁ, ଫିଲ୍ମଟି ୨୭ ମେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବ ବୋଲି କୁହାଯାଉଥିଲା । ହେଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।ୟଶଙ୍କ ଫିଲ୍ମ କେଜିଏଫ୍ -୨ ବକ୍ସ ଅଫିସ୍ରେ ଅମୀରଙ୍କ ଖାନଙ୍କ ଫିଲ୍ମ ଦଙ୍ଗଲକୁ ମଧ୍ୟ ପଛରେ ପକାଇଛି। ତେବେ ବର୍ତ୍ତମାନ କେଜିଏଫ୍ ୨ ଦେଶର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଫିଲ୍ମର ହିନ୍ଦୀ ଭର୍ସନ ବୁଧବାର ପର୍ଯ୍ୟନ୍ତ ୩୯୧.୬୫ କୋଟି ଟଙ୍କା ସଂଗ୍ରହ କରିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ୪୦୦ କୋଟି ଆଡକୁ ଗତି କରୁଛି ।

ଘୁଞ୍ଚିଲା ଫିଲ୍ମ ଲାଲ୍‌ ସିଂ ଚଡାର ରିଲିଜ ଡେଟ୍‌
ମୁମ୍ବାଇ: ଫେବୃଆରୀ ୧୭: ନିକଟରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂ ଚଡା ନିଜର ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି । ୩ ଖାନଙ୍କ ମଧ୍ୟରୁ ସବୁଠୁ ରାଗି ଖାନ୍‌ ଅର୍ଥାତ ହିଟ୍‌ ମେସିନ ଆମିର ଖାନ୍‌ ନିଜ ଅଭିନୀତ ପିଲ୍ମ ଲାଲ ସିଂ ଚଡାର ରିଲିଜ ଡେଟ ଘୁଞ୍ଚାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ନିର୍ଦ୍ଧାରିତ ଡେଟରେ ତେଲୁଗୁ ଷ୍ଟାର ୟାଶଙ୍କ ଅଭିନୀତ ଫିଲ୍ମ କେଜିଏଫ୍‌-୨ ରିଲିଜ ହେବାକୁ ଯାଉଛି । ତେବେ ଏହାକୁ ନଜରରେ ରଖି ପ୍ରଡକ୍ସନ ହାଉସ ଏହି ଫିଲ୍ମକ ଡେଟ୍‌ ଏପ୍ରିଲ ୧୪ ପରିବର୍ତ୍ତେ ଅଗଷ୍ଟ ୧୧କୁ ବାଛିଛନ୍ତି । କିନ୍ତୁ ଏହି ଡେଟରେ ମଧ୍ୟ ଖାଲି ନାହିଁ ଥିଏଟର । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ରକ୍ଷା ବନ୍ଧନ ମଧ୍ୟ ସେମ୍‌ ଡେଟରେ ବଡ ପରଦାକୁ ଆସିବ । ତେବେ ଅକ୍ଷୟଙ୍କ ଫ୍ୟାନବେସ୍‌ ଲାଲ୍‌ ସିଂ ଚଡା ପାଇଁ ମଧ୍ୟ କଡା ଟକର ହେବ ବୋଲି ସିନେ ସମିକ୍ଷକମାନେ ମତ ଦେଉଛନ୍ତି । ତେବେ ଆଗ ପଛ ହୋଇ ଜନତାଙ୍କ ଆଗକୁ ଆସି ନିଜ ଭାଗ୍ୟ ପରଖୁଥିବା ଏହି ଫିଲ୍ମ ଗୁଡିକ କେତେ ଲୋକପ୍ରିୟ ହୋଇ ପାରୁଛି ତାହା ଦେଖିବାକୁ ବାକି ରହିଲା ।