Insurance company case in Cuttack - Samaya Live

ଇନ୍ସୁରାନ୍ସ କମ୍ପାନୀ ଦଣ୍ଡିତ;୨ ହଜାର ଟଙ୍କା ଦେଲେନି,୨୭ ହଜାର ଗଣିବେ
କଟକ : ଜୁନ ୪: ଗୋଟିଏ ଦୁଇ ଚକିଆ ଗାଡି ଚୋରି ଘଟଣାରେ ଇନସୁ୍ୟରାନ୍ସ କମ୍ପାନୀ ସମ୍ପୃକ୍ତ ଗାଡିର ମାଲିକଙ୍କୁ ଇନସୁ୍ୟରାନ୍ସ ବାବଦକୁ ୧୯ ହଜାର ୫୯ଟଙ୍କା ଦେବା ପରିବର୍ତ୍ତେ ୧୬ ହଜାର ୯ଶହ ଟଙ୍କା ଦେଲେ । ବାକି ୨ ହଜାର ୧୫୯ ଟଙ୍କା ଦେବାକୁ ମନା କରିଦେଲେ । ଏହି ଘଟଣାରେ ଗାଡି ମାଲିକ ଅରୁଣ କୁମାର ସାହୁ କରିଥିବା ଆବେଦନ ଉପରେ ଶୁଣାଣି କରି ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ୍‌ ସମ୍ପୃକ୍ତ ଇନସୁ୍ୟରାନ୍ସ କମ୍ପାନୀକୁ ଏହି ୨ହଜାର ୧୫୯ ଟଙ୍କା ସହ କ୍ଷତିପୂରଣ ବାବଦକୁ ୨୦ ହଜାର ଏବଂ ମାମଲାରେ ଖର୍ଚ୍ଚ ପାଇଁ ଆଉ ୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆସନ୍ତା ୪୦ ଦିନ ମଧ୍ୟରେ ଇନସୁ୍ୟରାନ୍ସ କମ୍ପାନୀ ଏହି ଅର୍ଥ ପ୍ରଦାନ କରିବାକୁ ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ୍‌ର ସଭାପତି ଡି.ସି. ବାରିକ ଏବଂ ସଦସ୍ୟ ଶର୍ମିଷ୍ଠା ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଇସନୁ୍ୟରାନ୍ସ କମ୍ପାନୀ ୨ ହଜାର ଟଙ୍କା ନଦେଇ ଏବେ ୨୭ ହଜାର ଟଙ୍କା ଦେବ । ମାମଲାରୁ ଜଣାଯାଇଛି ଯେ, ସିଡିଏରେ ରହୁଥିବା ଆଇନଜୀବୀ ଅରୁଣ କୁମାର ସାହୁଙ୍କର ଏକ ଦୁଇ ଚକିଆ ଗାଡି ଘରୁ ଚୋରି ହୋଇଯାଇଥିଲା। ଏ ନେଇ ସେ ସିଡିଏ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ପରେ ଗାଡି ନମିଳିବାରୁ ସେ ଓରିଏଣ୍ଟାଲ ଇନସୁ୍ୟରାନ୍ସରେ ତାଙ୍କ ପି୍ରମିୟମ୍‌ ପାଇବା ନେଇ ଆବେଦନ କରିଥିଲେ । ତାଙ୍କ ଇନସୁ୍ୟରାନ୍ସ ଚୁକ୍ତି ଅନୁଯାୟୀ ସେ କମ୍ପାନୀଠାରୁ ୧୯ ହଜାର ୫୯ ଟଙ୍କା ପାଇବା କଥା। କି;ୁ ଇନସୁ୍ୟରାନ୍ସ କମ୍ପାନୀ ତାଙ୍କୁ ୧୬ ହଜାର ୯ଶହ ଟଙ୍କା ଦେଲେ । ବାକି ୨ ହଜାର ୧୫୯ ଟଙ୍କା ଦେବାକୁ ଇନସୁ୍ୟରାନ୍ସ କମ୍ପାନୀ କର୍ତ୍ତୃପକ୍ଷ ମନା କରିଦେଲେ । ଫଳରେ ସେ ଜିଲ୍ଲା ଖାଉଟି ଫୋରମ୍‌ରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ଶୁଣାଣି କରି ଜିଲ୍ଲା ଖାଉଟି ଫୋରମ୍‌ ଇନସୁ୍ୟରାନ୍ସ କମ୍ପାନୀକୁ କ୍ଷତିପୂରଣ ବାବଦ ଅର୍ଥକୁ ମିଶାଇ ମୋଟ ୨୭ ହଜାର ୧୫୯ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।