National Start-up Day - Samaya Live

ଆସନ୍ତାକାଲି ଭାରତରେ ଷ୍ଟାର୍ଟ ଅପ୍‌ ଦିବସ ପାଳିତ ହେବ : ମୋଦି
ଦିଲ୍ଲୀ: ଜାନୁଆରୀ ୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ଦେଶରେ ଜାନୁଆରୀ ୧୬ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଜାତୀୟ ଷ୍ଟାର୍ଟ ଅପ୍‌ ଡେ(ନୂତନ ଉଦ୍ୟୋଗ ଦିବସ) ପାଳନ କରାଯିବ । ଆଜି ପ୍ରଧାନମନ୍ତ୍ରୀ ମୋଦି ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ସମୟରେ ଏହି ଘୋଷଣା କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ, ମୁଁ ଦେଶର ସେହି ସମସ୍ତ ଷ୍ଟାର୍ଟଅପ୍‌, ଷ୍ଟାର୍ଟଅପ୍‌ ଦୁନିଆରେ ଭାରତର ପତାକା ଉତ୍ତୋଳନ କରୁଥିବା ସମସ୍ତ ଅଭିନବ ଯୁବକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଷ୍ଟାର୍ଟଅପ୍‌ର ଏହି ସଂସ୍କୃତି ଦେଶର ଦୂରଦୂରାନ୍ତରେ ପହଞ୍ଚିବା ପାଇଁ ଜାନୁଆରୀ ୧୬ କୁ ‘ଜାତୀୟ ଷ୍ଟାର୍ଟଅପ୍‌ ଡେ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

January 16 to be celebrated as 'National Start-up Day': PM Modi at interaction with start-ups, today pic.twitter.com/W7TXA32fCR

— ANI (@ANI) January 15, 2022

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ସରକାରଙ୍କ ବିଭିନ୍ନ ବିଭାଗ, ମନ୍ତ୍ରଣାଳୟ, ଯୁବ ଏବଂ ଷ୍ଟାର୍ଟ-ଅପ୍‌ ସହିତ ଯୋଗାଯୋଗ କରୁଛନ୍ତି । ସେମାନଙ୍କର ଧାରଣାକୁ ଉତ୍ସାହିତ କରୁଛନ୍ତି । ଅଧିକରୁ ଅଧିକ ଯୁବକଙ୍କୁ ନବସୃଜନ ପାଇଁ ସୁଯୋଗ ଦେବା ସରକାରଙ୍କ ପ୍ରାଥମିକତା ନବସୃଜନ ସମ୍ବନ୍ଧରେ ଭାରତରେ ଚାଲିଥିବା ଏହି ଅଭିଯାନର ପ୍ରଭାବ ରହିବ । ଗ୍ଲୋବାଲ୍‌ ଇନୋଭେସନ୍‌ ଇଣ୍ଡେକ୍ସରେ ଭାରତର ମାନ୍ୟତା ମଧ୍ୟ ବହୁତ ଉନ୍ନତ ହୋଇଛି । ୨୦୧୫ ମସିହାରେ, ଏହି ର୍ୟାଙ୍କିଂରେ ଭାରତ ୮୧ ନମ୍ବରରେ ଥିଲା । ବର୍ତ୍ତମାନ ଇନୋଭେସନ୍‌ ଇଣ୍ଡେକ୍ସରେ ଭାରତ ୪୬ ନମ୍ବରରେ ରହିଛି ।