SC/ST community - Samaya Live

ମମତା ଗୃହ ଲକ୍ଷ୍ମୀ ଯୋଜନା ଅନ୍ତର୍ଗତେ ମହିଳାଙ୍କୁ ମିଳିବ ମାସକୁ ୫ ହଜାର
ପାଣାଜୀ: ଡିସେମ୍ବର ୧୧: ଆଗକୁ ହେବାକୁ ଥିବା ଗୋଆ ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟର କାର୍ଡ ପଦର୍ଶନ କରିଛନ୍ତି । ସେ ‘ଗୃହଲକ୍ଷ୍ମୀ’ ନାମକ ଏକ ଯୋଜନା ଲଞ୍ଚ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତେ ଗୋଆର ମହିଳାଙ୍କୁ ପ୍ରତି ମାସରେରେ ୫ ଜହାର ଟଙ୍କା ମିଳିବ । ଟଙ୍କା ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ । ଗୋଆର ଭୋଟରଙ୍କୁ ଆକୃଷ୍ଟ କରିବାକୁ ମମତା ଏହି ଯୋଜନା କରିଛନ୍ତି ।

ଏହି ଯୋଜନାରେ ରାଜ୍ୟର ୩.୫ ଲକ୍ଷ ପରିବାରର ମହିଳା ଲାଭବାନ ହେବେ । ଏହାର ଅର୍ଥ ଜଣେ ମହିଳା ବାର୍ଷିକ ୬୦ ହଜାର ଟଙ୍କା ପାଇବେ । ଗୋଆର ୩.୫ ଲକ୍ଷ ପରିବାରରେ ରହୁଥିବା ମହିଳାଙ୍କ ମାସିକ ଆୟକୁ ନିଶ୍ଚିତ କରିବା ପାଇଁ ଏପରି କରାଯାଇଛି । ଏହି ଯୋଜନା ଦ୍ୱାରା ସରକାରଙ୍କ ରାଜକୋଷରୁ ୧୫୦୦ରୁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ରାଜ୍ୟ ବଜେଟର ୬ରୁ ୮% ବୋଲି ଟିଏମସି କହିଛି । ଏହି ଲୋଭନୀୟ ଯୋଜନା ଦ୍ୱାରା ମମତାଙ୍କ ଟିଏମସିରେ ଗୋଆରେ କ୍ଷମତାରେ ଥିବା ବିଜେପିକୁ ହଟାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ମମତା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ‘ଲକ୍ଷ୍ମୀ ଭଣ୍ଡାର’ ବା ଲଖିର ଭଣ୍ଡାର ନାମରେ ଗୋଟିଏ ଯୋଜନା ଲଞ୍ଚ କରିଥିଲେ । ମମତା ନିର୍ବାଚନରେ ଜିତିବା ପରେ ଏହାକୁ ପଶ୍ଚିମବଙ୍ଗରେ କାର୍ଯ୍ୟ କରାଯାଉଛି । ଏହି ଯୋଜନାର ଅନ୍ତର୍ଗତେ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ ମାସକୁ ୧ ହଜାର ଟଙ୍କା ଦିଆଯାଉଛି । ସେହିପରି ମମତା ସରକାର ସାଧାରଣ ବର୍ଗର ମହିଳାମାନଙ୍କୁ ମାସିକ ୫୦୦ ଟଙ୍କା ଦେଉଛନ୍ତି । ପ୍ରତି ମାସର ୩ ତାରିଖରେ ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି ।