Bardhaman in West Bengal - Samaya Live

ବେନାମୀ ଷ୍ଟେସନ
ଭାରତରେ ଟ୍ରେନ୍‌ ସେବା ଏକ ବୃହତ୍ତର ସେବା, ଯେଉଁଥିରେ ସବୁଠାରୁ ଅଧିକ ଲୋକ ଯାତାୟାତ କରନ୍ତି । ଟ୍ରେନ୍‌ରେ ଯିବା ପୂର୍ବରୁ ସର୍ବଦା ସମସ୍ତଙ୍କୁ ଟିକେଟ୍‌ କାଟିବାକୁ ହୋଇଥାଏ । ଯେଉଁଥି ପାଇଁ ଦରକାର ହୋଇଥାଏ ଷ୍ଟେସନ୍‌ର ନାଁ ଓ ଠିକଣା । ଭାରତରେ ଏଭଳି କିଛି ଷ୍ଟେସନ ଅଛି ଯାହାର ନାମ ନାହିଁ । ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । ତେବେ ଏହି ଷ୍ଟେସନ୍‌ରେ ନାମ ନାହିଁ କିନ୍ତୁ ଏଠାରେ ଟ୍ରେନ୍‌ ରହିବା ସହିତ ଯାତ୍ରୀ ମଧ୍ୟ ଯିବାଆସିବା କରନ୍ତି । ଭାରତରେ ଏଭଳି ଦୁଇଟି ଷ୍ଟେସନ୍‌ ରହିଛି, ଯାହାର ନାମ ନାହିଁ । ଗୋଟିଏ ପଶ୍ଚମିବଙ୍ଗର ବରର୍ଦ୍ଧମାନ ଜିଲ୍ଲାର ବାଙ୍କୁରା- ମୈସଗ୍ରାମ ରେଳଖଣ୍ଡରେ ରହିଛି । ଅନ୍ୟଟି ଝାରଖଣ୍ଡର ରାଞ୍ଚି – ଟୋରୀ ରେଳଖଣ୍ଡରେ ରହିଛି । ଏହି ଦୁଇଟି ଷ୍ଟେସନ୍‌ର ଆଜି ଯାଏଁ କୌଣସି ନାମ ଦିଆଯାଇନାହିଁ ।

ପଶ୍ଚିମବଙ୍ଗରେ ଥିବା ଏହି ଷ୍ଟେସନ୍‌ ୨୦୦୮ରେ ନିର୍ମାଣ କରାଯାଇଥିଲା । ତେବେ ଏହା ନିର୍ମାଣ ସମୟରେ ଏହାର ନାମ ରୈନଗାଢ ରଖାଯାଇଥିଲା । ହେଲେ ଏହି ନାମକୁ ନେଇ ଗ୍ରାମବାସୀ ଆପତ୍ତି କରିବା ସହ ଅଭିଯୋଗ କରିଥିଲେ । ଯାହାଫଳରେ ଆଜି ପର୍ଯ୍ୟନ୍ତ ଏହି ନାମକୁ ନେଇ ବିବାଦ ଚାଲିଛି, ଯାହା ସମାଧାନ ହୋଇପାରିନାହିଁ । ସେହିଭଳି ଝାରଖଣ୍ଡରେ ଥିବା ବେନାମୀ ଷ୍ଟେସନ ପଛରେ ମଧ୍ୟ ରହିଛି ଏକ ରୋଚକ କାହାଣୀ । ୨୦୧୧ରେ ଯେତେବେଳେ ଷ୍ଟେସନର ନିର୍ମାଣ କରାଯାଇଥିଲା ସେତେବେଳେ ତାର ନାମ ବଡକୀ ଚାମ୍ପି ରଖାଯାଇଥିଲା । ଏଠାରେ ମଧ୍ୟ ପଶ୍ଚିମବଙ୍ଗ ଭଳି ସ୍ଥାନୀୟ ଲୋକଙ୍କ ବିରୋଧ କାରଣରୁ ଷ୍ଟେସନର ନାମ ଦିଆଯାଇପାରିନାହିଁ । ଗ୍ରାମ ଲୋକଙ୍କ ମଧ୍ୟରେ ଅନେକ ମତଭେଦ ଥିବାରୁ ଏହି ଷ୍ଟେସନ୍‌ରେ କୌଣସି ସାଇନ୍‌ବୋର୍ଡ ମଧ୍ୟ ନାହିଁ ।