#ganeshpuja - Samaya Live

ଅଗ୍ରପୂଜ୍ୟ ଗଜାନନ
ଅଗ୍ରପୂଜା ଭାବେ ସର୍ବତ୍ରେ ପୂଜା ପାଇଥାଆନ୍ତି ପ୍ରଭୁ ଶ୍ରୀଗଣେଶ । ବିଦ୍ୟା ବୁଦ୍ଧିର ଦେବ ଗଜାନନଙ୍କ ପୂଜାକୁ ସମସ୍ତେ ବେଶ ଉତ୍କଣ୍ଠା ସହିତ ଅପେକ୍ଷା କରିଥାଆନ୍ତି । ଗାଁ ଠାରୁ ସହର ସବୁସ୍ଥାନ ଗଜାନନଙ୍କ ଆଗମନରେ ଉତ୍ସବ ମୁଖର ହୋଇଉଠେ । ପୁରପଲ୍ଲୀ ବାସିନ୍ଦା ବେଶ୍‌ ଜାକଜମକରେ ପାଳନ୍ତି ଗଣେଶ ଚତୁର୍ଥୀ ।

ପବିତ୍ର ଗଣେଶ ପୂଜା ଉତ୍କଳରେ ନୁହେଁ,ସମଗ୍ର ଭାରତ ବର୍ଷରେ ପାଳିତ ହେଉଛିା ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୁ ଗଣନାଥ ଭାବେ ସର୍ବବିଦିତା ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ ପୂଜା କରନ୍ତିା ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକାତ୍ମକ ବିଗ୍ରହା ଛାତ୍ରଛାତ୍ରୀ, ପଣ୍ଡିିତ ଓ ବୁଦ୍ଧିଜୀବୀମାନେ ହାତ ଯୋଡି ତାଙ୍କ ପାଖରେ ଜ୍ଞାନ ଭିକ୍ଷା କରନ୍ତି । ଭାଦ୍ରବ ମାସର ଚତୁର୍ଥୀ ଥିତିରେ ପବିତ୍ର ଶ୍ରୀଗଣେଶ ଚତୁର୍ଥୀା ବାଳକବାଳିକାମାନଙ୍କ ନୂତନ ବିଦ୍ୟାରମ୍ଭର ଏହି ଦିନ ହୋଇଥାଏ । ହିନ୍ଦୁ ଗୃହରେ ଅନ୍ନପ୍ରାଶନ, ବିଦ୍ୟାରମ୍ଭ, ଗୃହପ୍ରବେଶ, ଉପନୟନ, ବିବାହାଦି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ସର୍ବପ୍ରଥମେ ଗଣେଶଙ୍କୁ ଅର୍ଚ୍ଚନା କରାଯାଇ ତା'ପରେ ଶୁଭକାର୍ଯ୍ୟ ଆରମ୍ଭ ହୁଏା ଶିବ ପାର୍ବତୀ ଗଣେଶଙ୍କର ଜନକ ଜନନୀ ହେଲେ ମଧ୍ୟ ଗଣେଶ ହେଉଛନ୍ତି ଆଦିଦେବା ସେ ସର୍ବଦେବ ତାଙ୍କ ଦ୍ୱାରା ପୂଜିତ, ଅଗ୍ରପୂଜା ଗଣଦାତା ଶୁଭଦ ଓ ବରଦ ଅଟନ୍ତିା  ମଙ୍ଗଳଦାୟକ ଶ୍ରୀଗଣେଶା ବ୍ୟାସଦେବଙ୍କ କଥିତ ଶାସ୍ତ୍ରକୁ ଲେଖନୀ ଧରି ଭକ୍ତମାନଙ୍କ ପାଇଁ ଗଣେଶ ହିଁ ସର୍ବଶାସ୍ତ୍ର ଲେଖିଥିଲେ । ତେଣୁ ତାଙ୍କୁ ପୂଜା କରିବା ଦ୍ୱାରା ସର୍ବବିଘ୍ନ ନିବାରଣ ହୋଇଥାଏ । ଓଡ଼ିଶାର ପୁରପଲ୍ଲୀରେ ଗଜାନନଙ୍କ ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ । ପ୍ରତିଟି ସ୍କୁଲ କଲେଜ ସହିତ ବିଭିନ୍ନ ଅନୁଷ୍ଠାନରେ ଗଜାନନଙ୍କୁ ଖୁବ ଶ୍ରଦ୍ଧାର ସମସ୍ତେ ପୂଜାଅର୍ଚ୍ଚନା କରିଥାଆନ୍ତି । ଏହାସହ ଦୁର୍ଗାପୂଜା ଭଳି ବିଭିନ୍ନ ପେଣ୍ଡାଲ ମାନଙ୍କରେ ମଧ୍ୟ ଗଣେଶଙ୍କ ପୂଜାର ଆୟୋଜନ କରାଯାଇଥାଏ । ଏଥିପାଇଁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏଠାରେ ଗଣେଶଙ୍କ ସୁଉଚ୍ଚ ମୂର୍ତ୍ତି ସହିତ ବଡବଡ ଉଚ୍ଚ ତୋରଣ ଶୋଭା ପାଇଥାଏ । ପାଖାପାଖି ସାତ ଦିନ ଧରି ପ୍ରତିଟି ମଣ୍ଡପରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥାଏ । ପ୍ରତିଦିନ ସନ୍ଧ୍ୟାରେ ଭଜନ ଆସର ଯମିଥାଏ । ବିଶେଷଭାବେ ଓଡ଼ିଶାର ଜଟଣୀରେ ଖୁବ ଜାକଜମକରେ ଗଣେଶ ପୂଜାର ପାଳନ ହୋଇଥାଏ । ଜଟଣୀ ବଜାରରେ ଉଚ୍ଚଉଚ୍ଚ ତୋରଣ ସହିତ ମେଢ ପ୍ରସ୍ତୁତ ହୋଇଥାଆନ୍ତି, ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କର ଭିଡ ଯମିଥାଏ । ତେବେ କେବଳ ସାର୍ବଜନୀନ ସ୍ଥାନ ନୁହେଁ ଘରେଘରେ ମଧ୍ୟ ଛୋଟଛୋଟ ଗଣେଶଙ୍କ ମୂର୍ତ୍ତି ପୂଜା ହେଉଥିବାର ଦେଖିବାକୁ ମିଳିଥାଏ ।