#Bollywood - Samaya Live

ସୌନ୍ଦର୍ଯ୍ୟ ପ୍ରତିଭାର ମାପକାଠି ନୁହେଁ
କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୬ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଲୁକ୍‌କୁ ନେଇ ସୋସିଆଲ ମିଡିଆରେ ହେଉଥିବା ଟ୍ରୋଲିଂ ଏବଂ ବଡି ଶେମିଂ ବିରୋଧରେ ମତ ରଖିଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ  । ଏକ ସାକ୍ଷାତକାରରେ ମାଧୁରୀ  ଐଶ୍ୱର୍ଯ୍ୟା ଜଣେ ଗ୍ଲୋବାଲ ଷ୍ଟାର ଏବଂ ପୂର୍ବତନ ମିସ୍ ୱାର୍ଲ୍ଡ ଭାବେ ସେ ଦେଶର ଗୌରବ ବଢ଼ାଇଛନ୍ତି ବୋଲି ମତ ଦେଇଛନ୍ତି । ତେଣୁ କୌଣସି ବି ମହିଳାଙ୍କ ସଫଳତାକୁ ତାଙ୍କର ଓଜନ, ପୋଷାକର ସାଇଜ୍ କିମ୍ବା ବୟସ ଆଧାରରେ ମପାଯାଇପାରିବ ନାହିଁବୋଲି ମାଧୁରୀ ଦୃଢୋକ୍ତି ସହକାରେ ମତ ଦେଇଛନ୍ତି । କେବଳ ବାହ୍ୟ ସୌନ୍ଦର୍ଯ୍ୟକୁ ନେଇ କରାଯାଉଥିବା ଏଭଳି କଟାକ୍ଷ ଆଜିର ଯୁବପିଢ଼ିଙ୍କ ପାଖକୁ ଏକ ଭୁଲ୍ ବାର୍ତ୍ତା ପଠାଉଛି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସମୟରେ ଉପସ୍ଥିତ ଥିବା ଯୁବ ଅଭିନେତ୍ରୀ ତୃପ୍ତି ଡିମ୍ରି ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସମେତ ଅଭିନେତ୍ରୀ ଅନନ୍ୟା ପାଣ୍ଡେ (ଯିଏକି ନିଜ ଫିଲ୍ମ 'ଚାନ୍ଦ ମେରା ଦିଲ'ର ଏକ ଡାନ୍ସ ସିନ୍ ପାଇଁ ଟ୍ରୋଲ ହୋଇଥିଲେ) ଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳୁଛି ।  ସେହିଭଳି ଡିଜିଟାଲ ମିଡିଆର ପ୍ରଭାବ ଏବଂ ବଦଳୁଥିବା ରିଭ୍ୟୁ ସଂସ୍କୃତି ଉପରେ ଚିନ୍ତାପ୍ରକଟ କରି ମାଧୁରୀ କହିଛନ୍ତି ଯେ, ଆଜିକାଲି ଲୋକେ ମୋବାଇଲ୍ ସ୍କ୍ରିନରେ ମାତ୍ର ୩ ସେକେଣ୍ଡ୍ ସ୍କ୍ରୋଲ୍ କରି ନିଜର ମତାମତ ବଦଳାଇ ଦେଉଛନ୍ତି, ଯାହାକୁ ସ୍ୱୀକାର କରି କଳାକାରମାନଙ୍କୁ ଆଗକୁ ବଢ଼ିବାକୁ ହେବ । ତେବେ ସୂଚନା ଅନୁସାରେ ମାଧୁରୀ ଦୀକ୍ଷିତ, ତୃପ୍ତି ଡିମ୍ରି, ଧାରଣା ଦୁର୍ଗା ଏବଂ ରବି କିଷନଙ୍କ ଅଭିନୀତ ଏହି ଡାର୍କ କମେଡି ଫିଲ୍ମ 'ମାଁ ବହନ' ଆସନ୍ତା ଜୁନ୍ ୪ ରୁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବାକୁ ଯାଉଛି ଏବଂ ଏହାର ପ୍ରମୋସନ ସମୟରେ ହିଁ ଉଭୟ ଅଭିନେତ୍ରୀ ସୋସିଆଲ ମିଡିଆ ଟ୍ରୋଲିଂ ଓ କଳାକାରଙ୍କ ମାନସିକ ଚାପ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।