science - Samaya Live

ଉଦ୍ଭାବନର ସମ୍ଭାବନା
୨୦୨୬ ବିଜ୍ଞାନ କ୍ଷେତ୍ରରେ ଅନେକ ନୂଆ ଉଦ୍ଭାବନ ଓ ପ୍ରକଳ୍ପର ବର୍ଷ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ଏହି ବର୍ଷ ପୃଥିବୀକୁ ଏଭଳି ଅନେକ ଯୁଗାନ୍ତକାରୀ ପ୍ରକଳ୍ପ ମିଳିବ ଯାହା ସମାଜକୁ ଆହୁରି ଅନେକ ଆଗକୁ ନେବ । ଆସନ୍ତୁ ଜାଣିବା ସେହିଭଳି କିଛି  ପ୍ରକଳ୍ପ ସମ୍ପର୍କରେ ଯାହା ଉଦ୍ଭାବନର ସମ୍ଭାବନା ସାଜିବ ।

ଏଆଇ

ଆଜିକାଲି ସବୁ ସ୍ଥାନରେ ଏଆଇର ବ୍ୟବହାର ବଢିବାରେ ଲାଗିଛି । ତେବେ ୨୦୨୬କୁ ଏଆଇର ବର୍ଷ ବୋଲି ଅନେକ ବିବେଚନା କରିବା ଆରମ୍ଭ କରିଛନ୍ତି । ବିଜ୍ଞାନ କ୍ଷେତ୍ରରେ ଏଆଇର ବ୍ୟବହାର ଏହି ବର୍ଷ ଖୁବ ବଢିବ ବୋଲି ବୌଜ୍ଞାନିକମାନେ ଆକଳନ କରିଛନ୍ତି । ଚଳିତ ବର୍ଷ ଅନେକ ବଡବଡ ପ୍ରକଳ୍ପ ଏଆଇକୁ ଧ୍ୟାନରେ ରଖି ନିର୍ମାଣ କରାଯିବ । ଏଆଇକୁ ବ୍ୟବହାର କରି ବିଭିନ୍ନ କ୍ଷେତ୍ର ଯେପରି ସ୍ବାସ୍ଥ୍ୟ, ଶିକ୍ଷା ଆଦିରେ ଉନ୍ନତି ଦେଖିବାକୁ ମିଳିବ । ଏଭଳି ଅନେକ ସମସ୍ୟା ମଧ୍ୟ ରହିଛି ଯାହାକୁ ଏଆଇକୁ ବ୍ୟବହାର କରି ସମାଧାନ କରାଯିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

ଜିନ୍ ଏଡିଟିଂ

ଆସନ୍ତା ବର୍ଷ ଦୁଇଟି କ୍ଲିନିକାଲ ଟ୍ରାଏଲ ଲଞ୍ଚ କରାଯିବାକୁ ଯୋଜନା କରାଯାଇଛି, ଯେଉଁଥିରେ ପର୍ସନାଲାଇଜ୍ଡି ଜିନ୍ ଥେରାପିକୁ ସାମିଲ କରାଯିବ । ଯେଉଥିରେ ଛୋଟ ଶିଶୁଙ୍କର ଜିନ୍କୁ ପରିବର୍ତ୍ତନ କରାଯାଉ ପାରିବ । ଏହାକୁ ନେଇ ଅଧିକ ଗବେଷଣା ଜାରି ରହିଥିବାବେଳେ ବିଭିନ୍ନ ନ୍ୟାୟିକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ତେବେ ଏହି ପ୍ରକଳ୍ପ ବିଜ୍ଞାନ କ୍ଷେତ୍ରରେ ଏକ ବିପ୍ଲବ ଆଣିବ ବୋଲି ସମସ୍ତେ ଆଲୋଚନା କରୁଛନ୍ତି ।

ବିଭିନ୍ନ ପରୀକ୍ଷା

ସାଧାରଣ ରକ୍ତ ପରୀକ୍ଷାରୁ ବିଭିନ୍ନ ରୋଗ ସମ୍ପର୍କରେ କିଭଳି ସହଜରେ ଜାଣିହେବ ସେନେଇ ଗବେଷଣା ଜାରି ରହିଛି । ୟୁକେରେ ଏକ ରକ୍ତ ପରୀକ୍ଷାରୁ ୫୦ ପ୍ରକାରର କ୍ୟାନ୍ସର ସମ୍ପର୍କରେ ଜଣା ପଡିବ ବୋଲି ଗବେଷକମାନେ ମତ ଦେଇଛନ୍ତି, ଯାହାର ପରୀକ୍ଷଫଳ ୨୦୨୬ରେ ହିଁ ଆସିବ । ସେହିଭଳି ଏହି ପରୀକ୍ଷଣ ସଫଳ ହେଲେ ଅନେକ ଲୋକ ଉପକୃତ ହେବେ । ଛୋଟ ପରୀକ୍ଷାରୁ ଅନେକ ରୋଗ ସମ୍ପର୍କରେ ଜାଣିହେବ । ଏଥିରେ ଆହୁରି ଅନେକ ପରୀକ୍ଷା ମଧ୍ୟ ସାମିଲ ରହିଛି ।

ବଢିବ ଚନ୍ଦ୍ର ଟ୍ରାଫିକ

ଚଳିତ ବର୍ଷ ଖୁବ ଅଧିକ ମୁନ୍ ମିଶନ ଦେଖିବାକୁ ମିଳିବ । ନାସା ତରଫରୁ ଏକାଧିକ ମୁନ୍ ମିଶନ ରହିଥିବା ନେଇ ସୂଚନା ମିଳିିଛି । କେବଳ ନାସା ନୁହେଁ ଏହି ଧାଡିରେ ଚୀନ ମଧ୍ୟ ସାମିଲ ଅଛି । ଚୀନ ମଧ୍ୟ ଚନ୍ଦ୍ରକୁ ଅଗଷ୍ଟ ମାସରେ ଚେଙ୍ଗ ଇ _ ୭ ଛାଡିବାକୁ ଯୋଜନା ରଖିଛି । ଏହା ଦ୍ବାରା ସେ ଅନେକ ଗବେଷଣା କରିବାକୁ ଲକ୍ଷ ରଖିଛି ।

ବିଜ୍ଞାନର ବର୍ଷ
୨୦୨୫କୁ ବିଜ୍ଞାନର ବର୍ଷ କହିଲେ କିଛି ଭୁଲ ହେବନାହିଁ । ଏହି ବର୍ଷ ଏଭଳି ଅନେକ ଘଟଣା ଘଟିଛି ଯାହା ବିଜ୍ଞାନର ଚମତ୍କାରିତାକୁ ପ୍ରତିନିଧିତ୍ବ କରିଛି । ସେହିଭଳି କିଛି ଘଟଣା ସମ୍ପର୍କରେ ସଂକ୍ଷେପରେ ।

ମଙ୍ଗଳରେ ମାରିଲା ବିଜୁଳି
ମଙ୍ଗଳରେ ଥିବା ରୋଭର ମାଇକ୍ରୋଫୋନରେ ବୈଜ୍ଞାନିକଙ୍କୁ ମଙ୍ଗଳର ଆକାଶରେ ବିଜୁଳି ମାରିବାର ଆଭାସ ମିଳିଥିଲା । ବିଜୁଳି ମାରିବାର ହାଲୁକା ଶବ୍ଦ ସେମାନେ ଏହି ମାଇକ୍ରୋଫୋନ ସାହାଯ୍ୟରେ ଶୁଣିଥିଲେ । ପୂର୍ବରୁ ମଧ୍ୟ ବୈଜ୍ଞାନିକଙ୍କୁ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା । ହେଲେ ସେତେବେଳେ ସେମାନେ ଏହାକୁ ଧୂଳି ବୋଲି ଭାବିଥିଲେ । ଧୂଳି କଣା ମାଇକରେ ବାଡେଇହେବା ଫଳରେ ଏଭଳି ଶବ୍ଦ ସୃଷ୍ଟି ହୋଇଥିବା ନେଇ ସେମାନେ ଅନୁମାନ କରିଥିଲେ । ତେବେ ମଙ୍ଗଳରେ ଟ୍ରିବୋଇଲେକ୍ଟ୍ରିସିଟି ନାମକ ଏହି ବିଜୁଳି ଅନେକ ବର୍ଷ ହେବ ମାରୁଥିବାନେଇ ବୈଜ୍ଞାନିକ ବର୍ତ୍ତମାନ ଆକଳନ କରୁଛନ୍ତି ।

କୃତ୍ରିମ ସୂର୍ଯ୍ୟଗ୍ରହଣ
ଚଳିତବର୍ଷ ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟଗ୍ରହଣ ଲୋକଙ୍କୁ ଦେଖାଇଥିଲେ । କିଛି ସ୍ପେସ କ୍ରାଫ୍ଟ ମିଶି ଏହି ଦୃଶ୍ୟକୁ ରୂପ ଦେବାରେ ସଫଳ ହୋଇଥିଲେ । ୨୦୨୪ରେ ଲଞ୍ଚ ହୋଇଥିବା ଯମଜ ପ୍ରୋବା ୩ ସ୍ପେସକ୍ରାଫ୍ଟ ଏଭଳି କରିବାରେ ସଫଳ ହୋଇଥିଲେ । ଗୋଟିଏ ସ୍ପେସ କ୍ରାଫ୍ଟ ସୂର୍ଯ୍ୟଙ୍କୁ ଲୁଚାଇବାରେ ସକ୍ଷମ ହୋଇଥିଲା, ଯେଉଁକାରଣରୁ କୃତ୍ରିମ ସୂର୍ଯ୍ୟଗ୍ରହଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରୋବା ୩ ଟିମ ୫୫ଟି କୃତ୍ରିମ ସୂର୍ଯ୍ୟଗ୍ରହଣ କରିସାରିଥିବା ବେଳେ ୨୦୨୬ରେ ଆହୁରି ଅନେକ କରିବାକୁ ଲକ୍ଷ ରଖିଛନ୍ତି । ଏଗୁଡିକୁ ବୌଜ୍ଞାନିକମାନେ ବିଭିନ୍ନ ପରୀକ୍ଷଣ ଓ ଗବେଷଣା ପାଇଁ ବ୍ୟବହାର କରୁଛନ୍ତି ।
ମହାଜାଗତିକ ଚଳଚ୍ଚିତ୍ର
୨୦୨୫ରେ ଆଉ ଏକ ନିଆରା କନସେପ୍ଟ ଦେଖିବାକୁ ମିଳିଥିଲା ତାହାହେଲା ମହାଜାଗତିକ ଚଳଚ୍ଚିତ୍ରର ନିର୍ମାଣ ।
ଚିଲିର ଭେରା ରୁବିନ୍ ଅବଜରଭେଟୋରୀ ୨୦୨୫ରେ ଆକାଶର ଦଶ ବର୍ଷର ସର୍ଭେ ଆରମ୍ଭ କରିଥିଲା। ଏକ ଉଚ୍ଚ, ଶୁଷ୍କ ପର୍ବତ ଶିଖରରେ ଅବସ୍ଥିତ, ଏହି ଅବଜରଭେଟୋରୀ ପ୍ରତି ଦୁଇ ଦିନରେ ସମଗ୍ର ଦକ୍ଷିଣ ଗୋଲାର୍ଦ୍ଧର ରାତ୍ରି ଦୃଶ୍ୟକୁ କଭର କରିଥିଲା ଓ କରୁଛି । ଜ୍ୟୋତିର୍ବିଦମାନେ ସେହି ଚିତ୍ରଗୁଡ଼ିକୁ ବ୍ୟବହାର କରି ମହାଜାଗତିକ ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି ସୂଚନା ରହିଛି । ଭେରା ରୁବିନ୍ ସମୟ ସହିତ ମହାଜାଗତିକ ଘଟଣା କିପରି ପରିବର୍ତ୍ତନ ହୁଏ ତାହା ଉତ୍ତୋଳନ କରିବ ଏବଂ ସୁପରନୋଭା ଏବଂ ଗ୍ରହାଣୁ ଭଳି ଦ୍ରୁତ ଗତିଶୀଳ ବସ୍ତୁ ଭଳି କ୍ଷଣସ୍ଥାୟୀ ଘଟଣାଗୁଡ଼ିକୁ ମଧ୍ୟ କ୍ୟାମେରାରେ କଏଦ କରିବ। ଏହା ଜ୍ୟୋତିର୍ବିଦମାନଙ୍କୁ ଆକାଶଗଙ୍ଗାର ଇତିହାସ , ଆମ ନିଜସ୍ୱ ସୌରମଣ୍ଡଳର ବିଷୟବସ୍ତୁ ଏବଂ ଅନ୍ଧକାର ପଦାର୍ଥର ପ୍ରକୃତି ବିଷୟରେ ଅଧିକ ଜାଣିବାରେ ସାହାଯ୍ୟ କରିବ।

ହ୍ୱିଲଚେୟାରରେ ଅନ୍ତରୀକ୍ଷ
ଜର୍ମାନୀର ଜଣେ ମହାକାଶଚାରୀ ୨୦୨୫ରେ ଖୁବ ଚର୍ଚ୍ଚାରେ ରହିଥିଲେ । ଇଞ୍ଜିନିୟର ମିକେଲା ବନ୍ଥୋସ ହ୍ୱିଲଚେୟାରରେ ବସି ଅନ୍ତରୀକ୍ଷରେ ପହଞ୍ଚିଥିଲେ । ସୂଚନା ଅନୁସାରେ ମିକେଲା ହେଉଛନ୍ତି ଦୁନିଆର ପ୍ରଥମ ମହାକାଶଚାରୀ ଯିଏ ଏଭଳି ଅନ୍ତରୀକ୍ଷ ଯାତ୍ରା କରିଥିଲେ। ତାଙ୍କର ସାତବର୍ଷ ପୂର୍ବେ ଏକ ବାଇକ ଦୁର୍ଘଟଣାରେ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିଲା । ଏହି କାରଣରୁ ତାଙ୍କୁ ହ୍ୱିଲ ଚେୟାରରେ ବସିବାକୁ ପଡୁଛି । ନିଜର ଅନ୍ତରୀକ୍ଷ ଯିବାର ଇଚ୍ଛାକୁ ସେ ଏହି ଦୁର୍ଘଟଣା କାରଣରୁ ଦବିବାକୁ ଦେଇନଥିଲେ । କମ୍ପାନୀ ବ୍ଲୁ ଅରିଜିନ ସହାୟତାରେ ସେ ଅନ୍ୟ ୬ଜଣ ସହଯାତ୍ରୀଙ୍କ ସହିତ ୧୦ ମିନିଟ ପାଇଁ ଅନ୍ତରୀକ୍ଷକୁ ଯିବାରେ ସଫଳ ହୋଇଥିଲେ । ମିକେଲା ନିଜର ହ୍ୱିଲ ଚେୟାର ସହିତ ସ୍ପେସକ୍ରାଫଫ କ୍ୟାପସୁଲରେ ଏହି ଯାତ୍ରା ସମାପ୍ତ କରିଥିଲେ । ମିକେଲାଙ୍କର ଏହି ଐତିହାସିକ ଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି ।
ଚନ୍ଦ୍ରରେ ଘରୋଇ କମ୍ପାନୀ
୨୦୨୫ରେ ପ୍ରଥମଥର ପାଇଁ ଫାୟାରଫ୍ଲାଏ ଏରୋସ୍ପେସ ନାମକ ଆମେରିକୀୟ କମ୍ପାନୀ ବ୍ଲୁ ଘୋଷ୍ଟ ଘରୋଇ ଲାଣ୍ଡର ସହାୟତାରେ ଚନ୍ଦ୍ରରେ ପାଦ ଦେବାରେ ସଫଳ ହୋଇଥିଲା । କୌଣସି ବାଧା ବିଘ୍ନ ନହୋଇ ଏହି କମ୍ପାନୀର ମହାକାଶ ଯାନ ଚନ୍ଦ୍ରରେ ଅବତରଣ କରିବାରେ ସଫଳ ହୋଇଥିଲା । ଏହି ଯାନଟି ଗୋଟିଏ ଚନ୍ଦ୍ର ଦିନ (ପୃଥିବୀରେ ୧୪ ଦିନ) ଓ ଚନ୍ଦ୍ର ରାତିର ୫ଘଣ୍ଟା ପର୍ଯ୍ୟନ୍ତ ଏଠାର ରହିଥିଲା । ଏହି ସମୟରେ ଚନ୍ଦ୍ରରେ ହେଉଥିବା ଏକ ସମ୍ପୃର୍ଣ୍ଣ ଗ୍ରହଣ ଦେଖିବାରେ ମଧ୍ୟ ଏହି ରୋଭର ସୁଯୋଗ ପାଇଥିଲା । ଘଟଣାଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିଥିଲା ।