Culture Of Puri Jagannath temple - Samaya Live

କୈବଲ୍ୟ
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ କୈବଲ୍ୟ ବୋଲି କୁହାଯାଏ । ଭକ୍ତମାନେ ଶ୍ରୀଜଗନ୍ନାଥଙ୍କଠାରେ ପରମାତ୍ମା ଭାବ ଧାରଣ କରି କୈବଲ୍ୟ ଗ୍ରହଣ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପାଇଲେ ସମସ୍ତ ପ୍ରକାର ଦୁଃଖ ଦୂର ହୋଇଯାଏ ବୋଲି କୋଟି କୋଟି ଜଗନ୍ନାଥ ଭକ୍ତ ବିଶ୍ୱାସ କରନ୍ତି । ଶ୍ରୀଜଗନ୍ନାଥଙ୍କ ଅନ୍ନଭୋଗ ବା ମହାପ୍ରସାଦକୁ ଭକ୍ତମାନେ କୈବଲ୍ୟ ରୂପେ ସ୍ୱୀକାର କରିଥାନ୍ତି । କଳିଯୁଗରେ ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ମହାପ୍ରସାଦ କଣିକା ମୁମୂର୍ଷୁ ଲୋକଙ୍କ ମୁହଁରେ ଦେଲେ ପରଲୋକ ପ୍ରାପ୍ତିର ପଥ ସୁଗମ କରି ଦିଆଯାଏ ବୋଲି ବିଶ୍ବାସ ରହିଛି । ପୁରୀରେ କୈବଲ୍ୟ ବିକ୍ରି ହେଉଥିବା ସ୍ଥାନକୁ କୈବଲ୍ୟ ହାଟ କୁହାଯାଏ । ଶ୍ରୀମନ୍ଦିର ବାହାର ବେଢ଼ା ମଧ୍ୟରେ ଥିବା ଆନନ୍ଦ ବଜାର ହେଉଛି କୈବଲ୍ୟ ହାଟ । ସେଠାରେ କୈବଲ୍ୟ ବିକ୍ରି ନିମିତ୍ତ ବିଭିନ୍ନ ପ୍ରସାଦ ଦ୍ରବ୍ୟ ହାଣ୍ଡି କୁଡ଼ୁଆରେ ରଖା ଯାଇଥାଏ । ଏହି ସବୁ ମାଟି ପାତ୍ରକୁ କୈବଲ୍ୟ ପସରା ବୋଲି ସମ୍ଭୋଧନ କରାଯାଏ । ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରଭୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଭୋଗ ଲାଗିହୁଏ । ଅନ୍ନ ବ୍ୟଞ୍ଜନାଦି ବ୍ୟତୀତ ବିଭିନ୍ନ ଖଜା, ପେଣି, ପୁଲି, ପିଠାପଣା ନୈବେଦ୍ୟ ପ୍ରସ୍ତୁତ ହୋଇଥାଏ। ସେହି ନୈବେଦ୍ୟକୁ ମହାପ୍ରସାଦ ବୋଲି କୁହାଯାଏ । କେବଳ ଶ୍ରୀମନ୍ଦିର ରୋଷଘରେ ନିଷ୍ଠାର ସହିତ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଠାକୁରମାନଙ୍କ ପାଖରେ ଧୂପ ସମୟରେ ଛାମୁ ପଟ୍ଟିରେ ମୃଦୁଳ କଟା ହୋଇଥିବା ସ୍ଥାନରେ କିମ୍ବା ଭୋଗମଣ୍ଡପ ମଧ୍ୟରେ ତୟାର ହୋଇ ପୂଜା ଅର୍ପଣ ହୋଇଥିବା ସମସ୍ତ ଭୋଗ ପ୍ରସାଦ । ଶ୍ରୀଜୀଉଙ୍କ ପାଖରେ ଭୋଗ ଲାଗିଲାପରେ ବିମଳା ଦେବୀଙ୍କୁ ସମର୍ପଣ କରାଯାଏ, ଯାହାପରେ ଏହା ମହାପ୍ରସାଦ ହୋଇଥାଏ ।  ଶ୍ରୀମନ୍ଦିରରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ଅଛି, କୋଠଭୋଗ ଓ ଛତ୍ରଭୋଗ । ମହାପ୍ରସାଦ ରନ୍ଧନ କେବଳ ମାଟିପାତ୍ରରେ ହୋଇଥାଏ । ଏହି ପାତ୍ରର ବର୍ଣ୍ଣ ଲାଲ୍ ରଙ୍ଗର ହୋଇଥାଏ । ଐତିହାସିକ କାରଣରୁ ତଥା ସ୍ୱାସ୍ଥ୍ୟଗତ କାରଣରୁ ଏହାର ମହତ୍ତ୍ୱ ଅଛି । ଏସବୁକୁ କୁଡ଼ୁଆ ବୋଲି କୁହାଯାଏ । ମାଟି ପାତ୍ର ବଡ଼ ହୋଇଗଲେ ବାଇହାଣ୍ଡି ମଧ୍ୟମ ଭଳିକୁ କୁଡ଼ୁଆ ଓ ସାନପାତ୍ରକୁ ଓଳି ବୋଲି କୁହାଯାଏ । ଅନ୍ନ କୁଡ଼ୁଆରେ ରଖାଯାଇ ବଡ଼ହାଣ୍ଡିରେ ଢଳାଯାଏ । କୁଡ଼ୁଆମାନଙ୍କର ମଧ୍ୟ ବିଭିନ୍ନ ନାମ ଅଛି । ଅନ୍ନକୁଡ଼ୁଆ, ଖିରି କୁଡ଼ୁଆ, ତିଅଣ କୁଡ଼ୁଆ, ନାଗର କୁଡ଼ୁଆ, ସମାଦି କୁଡ଼ୁଆ, ଦାସିଆ କୁଡ଼ୁଆ, ମକର ପାଇଁ ମକର ତାଡ, ସାତପୁରୀ ପାଇଁ ସାତପୁରୀ ତାଡ ଇତ୍ୟାଦି । ସେହିଭଳି ଅନ୍ୟ ଏକ ପ୍ରସାଦ ହେଲା ନିର୍ମାଲ୍ୟ । ମହାପ୍ରସାଦ ଅନ୍ନକୁ ଶ୍ରୀମନ୍ଦିର ବାହାର ବେଢ଼ାର ଦକ୍ଷିଣ ପାର୍ଶ୍ୱରେ ନିର୍ମାଲ୍ୟ ପ୍ରସ୍ତୁତ କରାଯାଏ । ସେହି ନର୍ମାଲ୍ୟକୁ ବିକ୍ରି କରାଯାଏ। ଏହା ଶୁଷ୍କ ଅନ୍ନ ମହାପ୍ରସାଦ। ଏଠାରେ ଥିବା ମଣ୍ଡପକୁ ନିର୍ମାଲ୍ୟ ମଣ୍ଡପ ବୋଲି କୁହାଯାଏ। ପୁରୀରେ ମହାପ୍ରସାଦର ଶୁଷ୍କ ଅନ୍ନକୁ ନିର୍ମାଲ୍ୟ ରୂପେ ପ୍ରସିଦ୍ଧି ଲାଭ କରିଅଛି । ଏଠାରେ ନୀଳାଚଳ ଉପବନ ଅଛି, ଯେଉଁଠାରେ ନିର୍ମାଲ୍ୟ ଖଳା, ଉପବନ ମଧ୍ୟରେ ଶ୍ରୀଚକ୍ର ନାରାୟଣ, ଦୁର୍ଗା, ମାଧବ, ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ଏବଂ ପବିତ୍ର ନିର୍ମାଲ୍ୟ ମଣ୍ଡପ ଅଛି । ନିର୍ମାଲ୍ୟ ମଣ୍ଡପ ଉପରେ ନିର୍ମାଲ୍ୟ ମହାବୀର ବିଜେ କରିଛନ୍ତି, ସେ ହେଉଛନ୍ତି ନିର୍ମାଲ୍ୟ ଖଳାର ରକ୍ଷକ । ଶ୍ରୀମନ୍ଦିର ପାକଶାଳାରେ କେତେକ ଫଳ ଓ ପରିବାକୁ ନିଷେଧ କରାଯାଇଛି, ଯଥା – ବିଲାତି ଆଳୁ, ବିଲାତି ବାଇଗଣ, ସଜନା ଛୁଇଁ, ଲାଉ, ଅମୃତଭଣ୍ଡା, ଭେଣ୍ଡି, ଝୁଡ଼ଙ୍ଗ ଛୁଇଁ, ପୋଇ, ପିଆଜ, ରସୁଣ, କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଫୁଲ କୋବି, ପତ୍ର କୋବି, ବିନ୍, ଛତୁଛଞ୍ଚା, କଲରା, ବିଟ୍, ଗାଜର, ମଟର ଛୁଇଁ, ପିଆଜଷଣ୍ଢା, କ୍ୟାପ୍ସିକମ୍ ଇତ୍ୟାଦି । କେବଳ କଦଳୀ, ବୋଇତି କଖାରୁ, ପାଣି କଖାରୁ, ପଣସ, ଦେଶୀ ଆଳୁ, ମୂଳା, ଶିମ, କନ୍ଦମୂଳ ପ୍ରଭୃତି ପରିବା ଶ୍ରୀଜୀଉଙ୍କ ଭୋଗରେ ଲାଗି ହୋଇଥାଏ । ଶାଗ ମଧ୍ୟରେ କୋଶଳା ଓ ଲେଉଟିଆ ଶାଗ ବ୍ୟତୀତ ଅନ୍ୟ ସମସ୍ତ ଶାଗ ନିଷିଦ୍ଧ । କେବଳ କାର୍ତ୍ତିକ ମାସରେ ଅଗସ୍ତି ଶାଗ ଭୋଗ ହୁଏ । ଅରୁଆ ଚାଉଳ ଓ ହରଡ଼, ବିରି, ମୁଗ, ସୋଲା ଇତ୍ୟାଦି ଡାଲି ଓ ଯବ ତିନ୍ତୁଳିକୁ ଶ୍ରୀମନ୍ଦିରେ ସ୍ୱୀକୃତି ମିଳିଛି ।