AI technique - Samaya Live

କୃତ୍ରିମ ସାହାଯ୍ୟ
ଆଜିକାଲି ବିଭିନ୍ନ କ୍ଷେତ୍ରରେ ଏକ ସଫ୍ଟୱେୟାର ଚାଟ ଜିପିଟିର ବହୁଳ ବ୍ୟବହାର ସାମନାକୁ ଆସୁଛି । ଏହାକୁ ନେଇ ସବୁବେଳେ ଖୁବ ଚର୍ଚ୍ଚା ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାକୁ ବ୍ୟବହାର କରି ଅନେକ ସମସ୍ୟାର ସମାଧାନ ହେଉଥିଲେ ବି ଏଭଳି ଅନେକ ସମସ୍ୟା ରହିଛି ଯାହାର କାରଣ ମଧ୍ୟ ଏହା ସାଜୁଛି । ତେବେ ଆସନ୍ତୁ ଜାଣିବା କଣ ଏହି ଚାଟ ଜିପିଟି ।

ଚାଟ ଜିପିଟି ହେଉଛି ଓପନ ଏଆଇ ଦ୍ୱାରା ବିକଶିତ ଏକ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ସଫ୍ଟୱେୟାର, ଯାହା ମୁଖ୍ୟତଃ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ କୌଶଳ ଉପରେ ଆଧାରିତ। ଏହାର ପୂରା ନାମ ଚାଟ ଜେନେରେଟିଭ ପ୍ରି ଟ୍ରେନ୍ଡ ଟ୍ରାନ୍ସଫର୍ମର । ସରଳ ଭାଷାରେ କହିବାକୁ ଗଲେ, ଏହା ଏକ ଏଭଳି କମ୍ପ୍ୟୁଟର ପ୍ରୋଗ୍ରାମ ଯାହା ମଣିଷ ଭଳି ଭାଷା ବୁଝିପାରେ, ଚିନ୍ତା କରିପାରେ ଏବଂ ଆପଣଙ୍କର ଯେକୌଣସି ଜଟିଳ ପ୍ରଶ୍ନର ସଠିକ୍ ତଥା ସ୍ୱାଭାବିକ ଉତ୍ତର ଦେବାରେ ସମର୍ଥ। ଏହା କେବଳ ଏକ ସର୍ଚ୍ଚ ଇଞ୍ଜିନ୍ ନୁହେଁ, ବରଂ ଏହା ନିଜେ ନୂତନ ବିଷୟବସ୍ତୁ ଯଥା: ଚିଠି, ପ୍ରବନ୍ଧ, କୋଡିଂ ଏବଂ ଅନୁବାଦ ଭଳି କାର୍ଯ୍ୟଗୁଡ଼ିକୁ ଅତି ନିଖୁଣ ଭାବେ କରିବାରେ ଦକ୍ଷ । ଚାଟ ଜିପିଟିର ବିକାଶ ଯାତ୍ରା ଆମେରିକାର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଏକ ଗବେଷଣାକାରୀ ସଂସ୍ଥା ଓପନ ଏଆରୁ ଆରମ୍ଭ ହୋଇଥିଲା । ଏହି ସଂସ୍ଥା ୨୦୧୫ ମସିହାରେ ସାମ୍ ଆଲ୍ଟମ୍ୟାନ୍, ଏଲନ୍ ମସ୍କ ଏବଂ ଅନ୍ୟ କେତେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଚାଟ ଜିପିଟିର ମୂଳଦୁଆ ଚାଟ ଜେନେରେଟିଭ ପ୍ରି ଟ୍ରେନ୍ଡ ଟ୍ରାନ୍ସଫର୍ମର ମଡେଲ୍ ଉପରେ ପର୍ଯ୍ୟବେସିତ । ପ୍ରଥମେ ୨୦୧୮ରେ ଜିପିଟି _ ୧ ଉନ୍ମୋଚନ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଜିପିଟି _ ୨ ଏବଂ ୨୦୨୦ରେ ଜିପିଟି _ ୩ ରୂପେ ଅଧିକ ଶକ୍ତିଶାଳୀ ହୋଇ ପ୍ରକାଶ ପାଇଲା । ବିଶେଷ କରି ଜିପିଟି ୩.୫ ମଡେଲ୍ ଉପରେ ଆଧାରିତ ଚାଟ ଜିପିଟିକୁ ୩୦ ନଭେମ୍ବର ୨୦୨୨ରେ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଖୋଲାଯାଇଥିଲା । ଏହାର କାର୍ଯ୍ୟ କରିବାର ଅଦ୍ଭୁତ କ୍ଷମତା ଯୋଗୁଁ ଏହା ମାତ୍ର କିଛି ମାସ ମଧ୍ୟରେ କୋଟି କୋଟି ଉପଭୋକ୍ତାଙ୍କ ପାଖରେ ପହଞ୍ଚି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଆପ୍ଲିକେସନ ଭାବେ ପରିଗଣିତ ହେଲା । ପରବର୍ତ୍ତୀ ସମୟରେ ମାଇକ୍ରୋସଫ୍ଟ ପରି ବଡ଼ କମ୍ପାନୀ ଏଥିରେ ନିବେଶ କରିବା ପରେ ଏହାର ଜିପିଟି _ ୪ ସଂସ୍କରଣ ଆସିଲା, ଯାହା ବର୍ତ୍ତମାନ ଆହୁରି ଅଧିକ ବୁଦ୍ଧିମାନ ଏବଂ ସଠିକ୍ ତଥ୍ୟ ପ୍ରଦାନ କରୁଛି ।