Chariot in Puri - Samaya Live

ଆରମ୍ଭ ହେଲା ପହଣ୍ଡି
ଆରମ୍ଭ ହେଲା ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ପତିତପାବନ ଯାତ୍ରାର ମୁଖ୍ୟ ପରମ୍ପରା ପହଣ୍ଡି ବିଜେ । ଘଣ୍ଟ, ଘଣ୍ଟା, ହରିବୋଲ ହୁଳହୁଳି ଧ୍ବନିର ତାଳେତାଳେ ରଥକୁ ବିଜେ କରୁଛନ୍ତି ମହାପ୍ରଭୁ । ପରମ୍ପରା ଅନୁସାରେ ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇସାରିଛି । ଏହାପରେ ବଡ଼ ଠାକୁର ବଳଭଦ୍ର ଝୁଲିଝୁଲି ପହଣ୍ଡି ହୋଇ ରଥରେ ବିରାଜମାନ କରି ସାରିଛନ୍ତି । ଯାହାପରେ  ଦେବୀ ସୁଭଦ୍ରା ମଧ୍ୟ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇ ଦର୍ପଦଳନ ରଥରେ ବିରାଜି ସାରିଛନ୍ତି ।  ଶେଷରେ କାଳିଆ ସାଆନ୍ତେଙ୍କ ପହଣ୍ଡି ଆରମ୍ଭ ହୋଇ ସାରିଛି । ଏହି ଦିବ୍ୟ ମୁହୂର୍ତ୍ତକୁ ପୁରୀ ବଡଦାଣ୍ଡରେ ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ବର୍ଷାରେ ଭିଜିଭିଜି ଉପଭୋଗ କରୁଛନ୍ତି ଏବଂ ପ୍ରଭୁଙ୍କର କରୁଣା ଲାଭ କରୁଛନ୍ତି ।

ଭକ୍ତଶୂନ୍ୟ ରଥଯାତ୍ରା ରଚିଲା ଇତିହାସ
ପୁରୀ, ୨୩ା୬ (ସବୁ୍ୟ) : ଅଭୂତପୂର୍ବ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିନା ଭକ୍ତରେ ବଡଦାଣ୍ଡରେ ଗଡିଛି ତିନିରଥ। ନୀତିନିର୍ଘଣ୍ଟର ଏକଘଣ୍ଟା ୨୫ମିନିଟ୍‌ ବିଳମ୍ବରେ ନୀତି ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟର ୧୦ମିନିଟ୍‌ ପୂର୍ବରୁ ତିନି ରଥ ପ୍ରତିଷ୍ଠା, ୪୫ମିନିଟ୍‌ ପୂର୍ବରୁ ଛେରାପହଁରା ସମ୍ପନ୍ନ ହେବା ସହ ଅପରାହ୍ନ ୫ଟା ୧୦ମିନିଟ୍‌ ସୁଦ୍ଧା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ପ୍ରଭୁବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ରଥଯାତ୍ରା ଇତିହାସରେ ପ୍ରଥମ ଥର ଲାଗି କେବଳ ସେବାୟତମାନେ ରଥ ଟାଣି ଚଳିତବର୍ଷ ସୃଷ୍ଟି କରିିଛନ୍ତି ରଥଯାତ୍ରାର ନୂତନ ଇତିହାସ। ଆସନ୍ତାକାଲି ସକାଳେ ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ବିଜେ କରିବେ ଆଡପ ମଣ୍ଡପକୁ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ପ୍ରତୁ୍ୟଷରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁଯାୟୀ ସମ୍ପାଦିତ ହୋଇଥିଲା ମହାପ୍ରଭୁଙ୍କ ନୀତିକାନ୍ତି। ପ୍ରାତଃ ୩ଟା ପରିବର୍ତ୍ତେ ୪ଟା ୨୫ରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆଳତି। ୪ଟା ୩୫ରେ ମଇଲମ୍‌, ୪ଟା ୪୦ରେ ତଡପ ଲାଗି ଓ ରୋଷହୋମ, ଭୋର ୫ଟାରେ ଅବକାଶ, ୫ଟା ୨୦ରେ ସୂର୍ଯ୍ୟପୂଜା, ୫ଟା ୩୫ରେ ଦ୍ୱାରପାଳ ପୂଜା କରାଯାଇ ବେଶ କରାଯାଇଥିଲା। ରଥଯାତ୍ରାର ପରମ୍ପରା ଅନୁଯାୟୀ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଏକତ୍ର କରାଯାଇ ଖେଚୁଡି ଭୋଗ ୬ଟା ୪୫ରେ ଶେଷ ହେବା ପରେ ମନ୍ଦିର ଭିତରୁ କୋଠ ସୁଆଁସିଆଁମାନେ ଧ୍ୱଜ କଳସ ଆଣି ରଥରେ ସ୍ଥାପନା କରିଥିଲେ। ୬ଟା ୩୫ରେ ଶୋତ୍ରୀୟ ବ୍ରାହ୍ମଣମାନେ ତିନି ରଥ ପ୍ରତିଷ୍ଠା କରିଥିଲେ। ୭ଟା ୧୫ରେ ମଙ୍ଗଳାର୍ପଣ କରାଯାଇ ବିଜେ କାହାଳୀ ବାଜି ଆରମ୍ଭ ହୋଇଥିଲା ପହଣ୍ଡି। ସୀମିତ ସଂଖ୍ୟକ ସେବାୟତ ଶ୍ରୀମନ୍ଦିର ରନି ସିଂହାସନରୁ ଚତୁର୍ଦ୍ଧାମୂର୍ତ୍ତିକୁ ପହଣ୍ଡି ବିଜେ କରାଇ ଆଣି ରଥାରୂଢ଼ କରାଇଥିଲେ। ବିଜେ କାହାଳୀ, ଘଣ୍ଟ, ଘଣ୍ଟା, ମର୍ଦ୍ଦଳ ଓ ତେଲିଙ୍ଗି ବାଦ୍ୟର ନିର୍ଘୋଷ ମଧ୍ୟରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ପରେ ଟାହିଆ ଓ ଟୋପର ପରିହିତ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ପୂର୍ବାହ୍ନ ୯ଟା ୧୦ମିନିଟ୍‌ ସୁଦ୍ଧା ରଥାରୂଢ଼ ହୋଇଥିଲେ। ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଚଳନ୍ତି ପ୍ରତିମା ମଦନମୋହନ ଓ ପ୍ରଭୁ ବଳଭଦ୍ରଙ୍କ ରଥରେ ରାମକୃଷ୍ଣ ବିରାଜମାନ କରିଥିଲେ। ପହଣ୍ଡି ଆଗରେ ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟ ପରିବେଶିତ ହୋଇଥିବା ବେଳେ ମଠାଧୀଶମାନେ କରିଥିଲେ ଆଲଟ ଚାମର ସେବା । ସୁପ୍ରିମକୋର୍ଟଙ୍କ କଠୋର କଟକଣା ଯୋଗୁଁ ବଡଦାଣ୍ଡ ଥିଲା ଭକ୍ତଶୂନ୍ୟ। ପହଣ୍ଡି ପରେ ଚିତାଲାଗି କରାଯାଇ ଠାକୁର ବେଶ ହୋଇଥିଲେ। ପ୍ରଥମେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ସୀମିତ ସଂଖ୍ୟକ ଶିଷ୍ୟଙ୍କ ସହିତ ରଥ ସମ୍ମୁଖରେ ପହଞ୍ଚି ପ୍ରଥମେ ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଉପରକୁ ଯାଇ ଦର୍ଶନ କରିବା ସହିତ ରଥ ପରିକ୍ରମା ଫେରିଥିଲେ। ଶଙ୍କରାଚାର୍ଯ୍ୟ ଦର୍ଶନ କରି ଫେରିବା ପରେ ପାରମ୍ପରିକ ରୀତିରେ ତାମଜାନରେ ଆସି ପହଞ୍ଚିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରାଜକୀୟ ବେଶ ପରିହିତ ଗଜପତି ମହାରାଜା ତିନି ରଥରେ ରାଜନୀତି ବନ୍ଦାପନା, କର୍ପୂର ଆଳତି, ଚାମର ଓ ଆଲଟ ସେବା କରିବା ସହ ସ୍ୱର୍ଣ୍ଣ ସମାର୍ଜନୀରେ ଛେରାପହଁରା କରିଥିଲେ। ଗଜପତି ପ୍ରଥମେ ନନ୍ଦିଘୋଷ, ପରେ ତାଳଧ୍ୱଜ ଓ ଶେଷରେ ଦେବଦଳନ ରଥରେ ଛେରାପହଁରା ସାରି ଶ୍ରୀନଅରକୁ ଫେରିବ ପରେ ଚାରମାଳ ଫିଟାଯାଇ ରଥରେ ଘୋଡା ଲାଗିଥିଲା। ପୂର୍ବାହ୍ନ ୧୧ଟା ୫୭ରେ ଦଉଡି ଲାଗି ଟଣାଯାଇଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ଟଣାଯିବା ପରେ ୧୨ଟା ୫୪ମିନିଟ୍‌ ସୁଦ୍ଧା ରଥରେ ଘୋଡାଲାଗି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଗୋଟାଏ ୫୩ମିନିଟ୍‌ରେ ଘୋଡାଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଥିଲା। ରଥରେ ଲାଗିଥିବା ରଥ ଦଉଡିର ୨୦ଫୁଟ ଦୂରରେ ରହି ସେବାୟତମାନେ ରଥ ଦଉଡି ଟାଣିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟର କେତେକ କର୍ମଚାରୀ ମଧ୍ୟ ରଥ ଠେଲୁଥିବା ଦେଖିବାକୁ ମିଳଥିଲା। ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ତ‰ାବଧାନରେ ଯଥାକ୍ରମେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଟଣାଯାଇଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ ୬୦ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ମୁତୟନ କରାଯାଇଥିବା ବେଳେ ତଦାରଖ ଦାୟିତ୍ୱରେ ଥିଲେ ୨୫୦ରୁ ଉଦ୍ଧ୍ୱର୍ ଅଫିସର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ୍‌ ଆଇନ୍‌ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ରଥଯାତ୍ରା ତଦାରଖ ପାଇଁ ପୁରୀରେ ଡେରା ପକାଇଥିଲେ। ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ମହାନିର୍ଦ୍ଦେଶକ ଅଭୟ, ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ, ଜିଲ୍ଲାପାଳ ବଲୱନ୍ତ ସିଂ ଓ ଏସ୍‌ପି ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତଥିଲେ।