Coal Commercialization - Samaya Live

ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଉର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ହେବ ଓଡିଶା – ଧର୍ମେନ୍ଦ୍ର ପ୍ରଧାନ
ଦିଲ୍ଲୀ: ଜୁନ ୧୯:ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାଣିଜ୍ୟିକ ଖଣି ପାଇଁ 41ଟି କୋଇଲା ଖଣି ନିଲାମ କରିବା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଏହି ଐତିହାସିକ ପଦକ୍ଷେପ ଇସ୍ପାତ, କୋଇଲା, ଶକ୍ତି ତଥା ଆନୁଷଙ୍ଗିକ ଊର୍ଜା କ୍ଷେତ୍ରରେ ସବୁଠୁ ଅଧିକ ଲାଭବାନ ଓଡିଶା ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋଇଲା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଆଜି ନିଆଯାଇଥିବା ପ୍ରମୁଖ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ମୋଦୀ ସରକାରଙ୍କ ଦ୍ଵାରା ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡିଶା ଭଳି କୋଇଲା ସମୃଦ୍ଧ ପୂର୍ବ ରାଜ୍ୟଗୁଡିକରେ ବେସରକାରୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ । ଏହାସହ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଉତ୍ପାଦନ ବଢାଇବ, ପ୍ରତିଯୋଗୀତା ସୃଷ୍ଟି କରିବ, ସ୍ଥାୟୀ ଖଣି ପାଇଁ ପଥ ପରିଷ୍କାର କରିବ, ଅଧିକ ପୁଞ୍ଜି ନିବେଶ ମାଧ୍ୟମରେ ଟେକ୍ନୋଲୋଜି ଏବଂ ସେବା ଯୋଗାଇବା ସହ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ ।

ବାଣିଜ୍ୟିକ କୋଇଲା ଖଣି କ୍ଷେତ୍ରରେ ସବୁଠାରୁ ବଡ ସଂସ୍କାର ଏବଂ ଏହା ସମସ୍ତ ଅଂଶିଦାରଙ୍କୁ ସଫଳତା ଦେବ । ଏହି ଐତିହାସିକ ପଦକ୍ଷେପ ଦେଶରେ କୋଇଲା ଉତ୍ପାଦନକୁ ବୃଦ୍ଧି କରି ଊର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବ । ପୂର୍ବ ଭାରତ ବିଶେଷ ଭାବରେ ଆଦିବାସୀ ଅଞ୍ଚଳ ଏବଂ ଆକାଂକ୍ଷୀ ଜିଲ୍ଲାକୁ ଭାରତ ବିକାଶର ପ୍ରମୁଖ ସ୍ତମ୍ଭ ରୂପେ ମଧ୍ୟ ରୂପାନ୍ତରିତ କରିବ । ଏହି ପଦକ୍ଷେପ ଶକ୍ତି, ଇସ୍ପାତ ଏବଂ ଖଣି ସମେତ ଅନେକ କ୍ଷେତ୍ର ଉପରେ ସୁଦୂରପ୍ରସାରି ପ୍ରଭାବ ପକାଇବ ଏବଂ ଊର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବାଟ ଦେଖାଇବ ।

ବାଣିଜ୍ୟିକ ଖଣି ଭାରତରେ କୋଇଲାର ଉପଲବ୍ଧିର ଉନ୍ନତି କରିବା ସହ ପୁଞ୍ଜି ନିବେଶ ପ୍ରତି ଆକର୍ଷିତ କରିବ ଓ କୋଇଲା ଗ୍ୟାସିଫିକେସଶନକୁ ମଧ୍ୟ ବଡ ଗତି ଦେବ । ଏହାବ୍ୟତୀତ ଦେଶର ଖାଦ୍ୟ ସୁରକ୍ଷା ଏବଂ ଊର୍ଜା ସୁରକ୍ଷାର ଉଦ୍ଦେଶ୍ୟ ଗୁଡିକୁ ପୂରଣ କରିବ ଓ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଅଗ୍ରସର କରାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଯେ, ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଦେଶରେ 2 ଲକ୍ଷ୍ୟ 80 ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଯୋଗାଇବ । ନିଲାମ ହେବାକୁ ଥିବା ଖଣିଗୁଡିକ ବାର୍ଷିକ ରାଜ୍ୟ ସରକାରଙ୍କୁ 20 ହଜାର କୋଟି ରାଜସ୍ୱ ଦେବେ । ସେହିପରି ଭାରତ ସରକାର 2030 ସୁଦ୍ଧା 100 ମିଲିୟନ ଟନ କୋଇଲା ଗ୍ୟାସିଫିକେସନ ଲକ୍ଷ୍ୟ ହାସଲ କରିବା ପାଇଁ 20 ହଜାର କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।