୧୯୯୯ ମହାବାତ୍ୟାକୁ ଆଜି ପୁରିଲା ୨୦ ବର୍ଷ

0
ସମୟ ଲାଇଭ,୨୯/୧୦ :ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି ପୁରିଛି କୋଡ଼ିଏ ବର୍ଷ। ବାତ୍ୟାକୁ ଦୁଇ ଦସନ୍ଧି ପୁରି ସାରିଛି ହେଲେ ଆଜିବି ଲୋକଙ୍କ ମନରୁ ଲିଭି ପାରିନି ବାତ୍ୟାର ସେ ଭୟଙ୍କର ବିଭୀଷିକାର ଦୃଶ୍ୟ। ବିଂଶ ଶତାବ୍ଦୀର ସବୁଠାରୁ ପ୍ରଳୟଙ୍କରୀ ଲୋମ ଟାଙ୍କୁରା ବାତ୍ୟା ଆସିଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ। ଯେଉଁଥିରେ ନିଃଶ୍ଚିହ୍ନ ହୋଇଯାଇଥିଲା ଓଡିଶା। ଚାରିଆଡେ ଖାଲି କୁଢ କୁଢ ଶବ ଆଉ ଶବ। ବିଶେଷ କରି ଜଗଗସିଂହପୁର ଜିଲ୍ଲାର ଏରସେମା ଓ ବାଲିକୁଦାରେ ତାଣ୍ଡବ ରଚିଥିଲା ଏହି ପ୍ରଳୟଙ୍କରି ବାତ୍ୟା। ଘଣ୍ଟାପ୍ରତି ୨୬୦ ରୁ ୩୦୦ କିଲୋମିଟର ବେଗରେ ପବନ ବୋହିଥିଲା।। ପାଖାପାଖି ଦଶ ହଜାର ଲୋକଙ୍କ ମ୍ୟୃତ୍ୟୁ ହୋଇଥିଲା ଓ ପନ୍ଦର ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ଓଡ଼ିଶାର ସବୁ ଅଞ୍ଚଳରେ ଏହାର ପ୍ରଭାବ ପଡିଥିଲେ ମଧ୍ୟ ୧୪ ଟି ଜିଲ୍ଳା ହୋଇଥିଲା ବେଶି କ୍ଷତିଗ୍ରସ୍ତ।

ଜଗତସିଂହପୁର,ପୁରୀ,କଟକ,କେନ୍ଦ୍ରାପଡା,ଖୋର୍ଦ୍ଦା ଜିଲ୍ଲାରେ ଚାରିଆଡେ ପଡିଥିଲା ଶହ ଶହ ଶବ। ମହାବାତ୍ୟାର ଏହି କରାଳ ରୁପକୁ ଯିଏ ଦେଖିଛି ଅକ୍ଟୋବର ୨୯ ତାରିଖ ଆସିଲେ ହିଁ ମନେପଡେ ସେହି କାଳ ରାତ୍ରିର ଭୟଙ୍କର ଦୃଶ୍ୟ। ଆଉ ଆଜି ତାର ଠିକ କୋଡିଏ ବର୍ଷ ପରେ ମନେପଡିଲେ ସେହି ବାତ୍ୟାର ତାଣ୍ଡବ ଲିଳାର କଥା ଅଙ୍ଗେ ଲିଭେଇଥିôବା ଲୋକଙ୍କ ଆଖିରେ ଜକେଇ ଅେସେ ଲୁହ। ଏହି ୨୦ ବର୍ଷ ଭିତରେ ଅନେକ କିଛି ପରିବର୍ତ୍ତନ ହୋଇଛି, ଅନେକ ଘାତ ପ୍ରତିଘାତ ଦେଇ ଆଗେଇଛି ଓଡ଼ିଶା। ଭାଙ୍ଗିପଡିଥିବା ଲୋକେ ପୁଣି ଥରେ ଦେଖିଛନ୍ତି ଜୀଇବାର ସୁନେଲି ସ୍ୱପ୍ନ।

Leave A Reply

Your email address will not be published.