ସୁବ୍ରତୋ ବାଗଚିଙ୍କ ବିଷୟରେ ଜାଣନ୍ତୁ ଅଜଣା କଥା

ସମୟ ଲାଇଭ,୩/୪: କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି | ପ୍ରଥମେ ଚାଇନା ରେ ଆରମ୍ଭ ହେଇଥିଲେ ମଧ୍ୟ ବର୍ତମାନ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା ଓ ଇଟାଲୀ | ଏହାର ପ୍ରଭାବ ଭାରତରେ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ଓଡିଶା ମଧ୍ୟ ଏଥିରୁ ବଡ଼ ପଡିନି | ରାଜ୍ୟ ସରକାରଙ୍କ ନିର୍ଦେଶାନୁସାରେ ଓଡ଼ିଶାବାସୀ ଏହି ମହାମାରୀର ମୁକାବିଲା କରିଛନ୍ତି |
ତେବେ ବର୍ତମାନ ସମୟରେ ସାରା ଓଡ଼ିଶାରେ ଜଣେ ଲୋକ ଖୁବ ପରିଚିତ ହେଇ ପାରିଛନ୍ତି | ତାଙ୍କ କଥାକୁ ଓଡ଼ିଶାର ଲୋକ ଖୁବ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି | ସେ ହେଉଛନ୍ତି ସୁବ୍ରତୋ ବାଗଚି | ଓଡିଶା ସରକାରଙ୍କ ନିଯୁକ୍ତ କରୋନା ର ମୁକାବିଲାର ମୁଖ୍ୟ ମୁଖପାତ୍ର ହେଉଛନ୍ତି ସୁବ୍ରତୋ ବାଗଚି |
ତାଙ୍କ ଓଡ଼ିଆ କହିବା ଶୈଳୀ ଓ ଲୋକଙ୍କୁ ବୁଝେଇବାର ଶୈଳୀ ପାଇଁ ଖୁବ କାମ ଦିନରେ ସେ ସାରା ଓଡ଼ିଶାର ଘରେ ଘରେ ପରିଚିତ ହେଇଛନ୍ତି | କେବେ ଭଗବାନ ଜଗନ୍ନାଥଙ୍କ ବିଷୟରେ ଉଦାହରଣ ଦେଇ ତ ଆଉ କେତେବେଳେ ବିଜ୍ଞାନର ଉଦାହରଣ ଦେଇ  ସାରା ଓଡ଼ିଶାର ମନ ଜିତିଛନ୍ତି ବାଗଚି | ତେବେ ସୁବ୍ରତ ବାଗଚି ଙ୍କ ବିଷୟରେ କିଛି ଜଣାଅଜଣା କଥା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର …
୧୯୫୭ ମସିହା ମେ ମାସ ୩୧ ତାରିଖ ସୁବ୍ରତୋ ବାଗଚି ଆମ ଓଡ଼ିଶାର ବଲାଙ୍ଗୀରି ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ | ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଶିକ୍ଷା ଗ୍ରହଣ କରିଥିଲେ | ଆପଣ ଜାଣିଲେ ଖୁସି ହେବେ ଯେ ସାରା ଭାରତରେ ସେ ଜଣେ ଭଲ ବାଣିଜ୍ୟିକ ନେତୃତ୍ୱ ଭାବେ ବେଶ ପରିଚିତ ମଧ୍ୟ | ସେ ଭାରତୀୟ ସେନାର ପାରାଚ୍ୟୁଟ୍ ରେଜିମେଣ୍ଟ ସହିତ ତାଲିମ ନେଇଥିଲେ ଏବଂ “ପାରା ୱିଙ୍ଗ୍ସ” ପାଇବା ପାଇଁ ୫ ଟି ବାଧ୍ୟତାମୂଳକ ଜମ୍ପକୁ ସଫଳତାର ସହ ସମାପ୍ତ କରିଥିଲେ | 1975 ମସିହାରେ ତାଙ୍କୁ ଦିଲ୍ଲୀର ରିପବ୍ଲିକ୍ ଡେ ପ୍ୟାରେଡରେ ଭାରତର ଶ୍ରେଷ୍ଠ ଏନସିସି କ୍ୟାଡେଟ୍ ଭାବରେ ମଧ୍ୟ ସମ୍ମାନିତ କରାଯାଇଥିଲା
ସେ ସ୍ନାତକୋତ୍ତର ଅଧ୍ୟୟନ ଛାଡିବା ପରେ ୧୯୭୬ ମସିହାରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗରେ କିରାଣୀ ଭାବରେ ତାଙ୍କର ଚାକିରୀ ଜୀବନ ଆରମ୍ଭ କରିଥିଲେ।ଏହାପରେ ସେ ଏଠି ୧ ବର୍ଷ କାର୍ଯ୍ୟ କରିବା ପରେ, ସେ ୧୯୭୭ ରେ ଡିସିଏମରେ ମ୍ୟାନେଜମେଣ୍ଟ ଟ୍ରେନିଂ ନେବା ପାଇଁ ମନୋନୀତ ହୋଇଥିଲେ | ଯେଉଁଠାରେ ସେ ପରବର୍ତ୍ତୀ ୫ ବର୍ଷ ପାଇଁ କାମ କରିଥିଲେ। ଏହାପରେ ସେ ୧୯୮୧ ମସିହାରେ, କମ୍ପ୍ୟୁଟର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଏବଂ ୧୯୮୧ ରୁ ୧୯୯୯ ମଧ୍ୟରେ ଅନେକ କମ୍ପ୍ୟୁଟର କମ୍ପାନୀରେ ବିକ୍ରୟ, ମାର୍କେଟିଂ ଏବଂ ଅପରେସନ୍ ଭଳି କାର୍ଯ୍ୟ କରିଥିଲେ |
ଏହାପରେ ସେ ୧୯୯୯ ରେ ଅନ୍ୟ ୯ ଜଣ ସହ-ପ୍ରତିଷ୍ଠାତାଙ୍କ ସହ ମାଇଣ୍ଡଟ୍ରି ନାମକ ଏକ କମ୍ପାନୀ ଖୋଲିଥିଲେ  | ତେବେ ଆପଣଙ୍କ ଜାଣିବା ପାଇଁ କହିରଖୁ ମାଇଣ୍ଡଟ୍ରି ହେଉଛି ଏକ ବିଲିୟନ ଡ଼ଲାର୍ କମ୍ପାନୀ| ତେବେ ସେ ୧୯୯୯ ରୁ ୨୦୦୭ ମଧ୍ୟରେ ମାଇଣ୍ଡଟ୍ରିଙ୍କ ମିଶନ୍, ଦୂରଦୃଷ୍ଟି ଏବଂ ମୂଲ୍ୟବୋଧକୁ ସ୍ପଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ୨୦୦୭ ରେ, ସେ ସର୍ବୋଚ୍ଚ ଦଳର ଏକ ଅଂଶ ଥିଲେ ଯାହାକି ମାଇଣ୍ଡଟ୍ରିଙ୍କୁ ଏକ ଧାରଣାରୁ IPO କୁ ନେଇ ଆସିଥିଲା | ଏହାପରେ ଶ୍ରୀଯୁକ୍ତ ସୁବ୍ରତୋ ବାଗଚି ଜାନୁଆରୀ ୨୦୧୬ ରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଓଡିଶା ମୁହାଁ ହେଇଥିଲେ ଶ୍ରୀ ବାଗଚି ଅର୍ଥାତ ମେ ମାସ ୨୦୧୬ ରେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିମନ୍ତ୍ରଣ ପରେ ସେ ବାର୍ଷିକ ବେତନରେ କ୍ୟାବିନେଟ ପାହ୍ୟା ପଦ ଭାବେ ନିଯୁକ୍ତ ହେଲେ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର (Odisha Skill Development Authority) ପୂର୍ଣ୍ଣକାଳୀନ ଭୂମିକା ଗ୍ରହଣ କରିଥିଲେ।

Comments are closed.