ସ୍ୱେଟରେ ତଳେ ଲୁଚିଯାଉଛି କି ଆପଣଙ୍କ ଷ୍ଟାଇଲିସ୍‍ ଡ଼୍ରେସ ?

ସମୟ ଲାଇଭ୍‍,୨୫/୧୦: ଶୀତଦିନେ ମହିଳାମାନେ ସ୍ୱେଟର କିମ୍ବା ଜ୍ୟାକେଟ ପିନ୍ଧିଲେ ଏହା ତଳେ ପିନ୍ଧିଥିବା ସୁନ୍ଦର ପୋଷାକ ଲୁଚିଯାଇଥାଏ। ଏଣୁ ଆପଣ ଏପରି ପୋଷାକ ପିନ୍ଧନ୍ତୁ ଯେଉଁଥିରେ ସ୍ୱେଟରର ଆବଶ୍ୟକତା ପଡ଼ିନଥାଏ। ବଜାରରେ ଉଲ୍ରେ ତିଆରି ପୋଷାକ ବିଭିନ୍ନ ଷ୍ଟାଇଲ୍, ରଙ୍ଗ ଏବଂ ଡ଼ିଜାଇନ୍ରେ ଉପଲବ୍ଧ ହେଉଛି। ଏହି ପୋଷାକ ପିନ୍ଧିବା ଦ୍ୱାରା ଆପଣଙ୍କୁ ଶୀତ ଅନୁଭୂତ ହୋଇନଥାଏ ଏବହ ଏହାର ଡ଼ିଜାଇନ୍ ଆପଣଙ୍କୁ ଭଲ ଲୁକ୍ ଦେଇଥାଏ। ଜାଣନ୍ତୁ ଏପରି କିଛି ପୋଷାକ ସମ୍ବନ୍ଧରେ …..

– ମହିଳାମାନେ ଉଲ୍ରେ ପ୍ରସ୍ତୁତ କୁର୍ତ୍ତି ବିନ୍ଧି ଯେକୌଣସି ପାର୍ଟିକୁ ମଧ୍ୟ ଯାଇପାରିବେ। ଥଣ୍ଡାରୁ ବର୍ତ୍ତିବା ସହ ଷ୍ଟାଇଲିସ୍ ମଧ୍ୟ ଲାଗିବେ।

– କୁର୍ତ୍ତି ସହ ଊଲ୍ରେ ପ୍ରସ୍ତୁତ ପ୍ଲାଜୋ ମଧ୍ୟ ପିନ୍ଧିପାରିବେ। ଏହା ଆପଣଙ୍କ ସୈାନ୍ଦର୍ୟ୍ୟକୁ ବହୁଗୁଣିତ କରିଥାଏ। ଏହା ଶୀତଦାଉରୁ ଆପଣଙ୍କୁ ରକ୍ଷା କରିଥାଏ।
-ଟେଲ କଟ୍, ଅପ୍ ଆଣ୍ଡ ଡ଼ାଉନ୍, ଏ ଲାଇନ୍ ଏବଂ ଫ୍ରକ୍ ଷ୍ଟାଇଲ୍ରେ ମିଳୁଥିବା ଊଲ୍ରେ ତିଆରି କୁର୍ତ୍ତି ଆପଣଙ୍କୁ ଟ୍ରେଣ୍ଡି ଲୁକ୍ ଦେଇଥାଏ। ଏହି କୁର୍ତ୍ତିଗୁଡ଼ିକରେ ଥିବା ବିଭିନ୍ନ ପ୍ରକାର ପ୍ରିଣ୍ଡ ବର୍ତ୍ତମାନ ମହିଳାଙ୍କର ପ୍ରଥମ ପସନ୍ଦ ପାଲଟିଛି।

– ବକ୍ରମ ଥିବା କୁର୍ତ୍ତି ସହ ବିଭିନ୍ନ ପ୍ରକାର କୁର୍ତ୍ତି ଯେପରିକି ଜ୍ୟାକେଟ୍ ଷ୍ଟାଇଲ୍ କୁର୍ତ୍ତି ପ୍ରଭୃତି ବଜାରରେ ସହଜରେ ଉପଲବ୍ଧ ହେଉଛି।

Launching Ceremony of “AYUSHMAN BHARAT

Comments are closed.