ଉପର ଦାନ୍ତ ଉଠିଲେ କୁକୁର ସହ ବାହାଘର

ସମୟ ଲାଇଭ,22/2(ଅଭିଷେକ ପାଣିଗ୍ରାହୀ):ଆପଣ ଅନେକ ବାହାଘର ଦେଖି ଥିବେ ଆଉ ଭୋଜି ଭାତ ଖାଇବି ଥିବେ । ଆଜି ଆପଣଙ୍କୁ ଏମିତି ବାହାଘର କେହ କହୁଛୁ ଯାହା ଆପଣ ପୂର୍ବରୁ କେବେ ଶୁଣିନଥିବେ । ରିଷ୍ଟ ଖଣ୍ଡନ ପାଇଁ ଶିଶୁ ମାନଙ୍କୁ କୁକୁର ସହିତ ବାହାଘର କରାଉଛନ୍ତି । ଏମିତି ଏକ ଘଟଣା ସାମ୍ନା କୁ ଆସିଛି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବାରିଆ ଗାଁରେ । ଆଦିବାସୀ ମାନଙ୍କ ପରମ୍ପରା ଅନୁଯାୟୀ ଛୁଆ ଜନ୍ମ ହେଲା ପରେ ପ୍ରଥମ ଦାନ୍ତ ଉପର ମାଢିରେ ବାହାରିଲେ ଅଶୁଭ ଭାବନ୍ତି । ବର ବେଶ ରେ ଛୁଆ ଟିକୁ ସଜେଇ କରି ଗ୍ରାମ ଭ୍ରମଣ କରାଇ ଥାଆନ୍ତି । ଗୋଟିଏ ଦିନରେ ବାରିବା ଗାଁରେ ତିନୋଟି ବାହାଘର ହେଇଥିଲା । ବାହା ଘର ପରେ ନାଚ ଗୀତର ଆୟୋଜନ କରାଯାଇଥିଲା । ଏହି ବାହା ଘରରେ ସୁକୃଲି ବ୍ଳକ ଅଧ୍ୟକ୍ଷ ମଧ୍ୟ ସାମିଲ ହେଇଥିଲେ । ଏହା ଆଦିବାସୀଙ୍କ ପରମ୍ପରା ନା ଅନ୍ଧବିଶ୍ୱାସ ତାହାକୁ ନେଇ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର |

Comments are closed.