ଖେଳୁଆଡ଼ ନବୀନଙ୍କ କ୍ରୀଡ଼ାପ୍ରୀତି

ସ୍କୁଲସ୍ତରରୁ କ୍ରୀଡ଼ାକୁ ମିଳିବ ଅଗ୍ରାଧିକାର

0

ସମୟ ଲାଇଭ୍‍,୨୩/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖେଳ ପ୍ରୀତି ସଭିଁଙ୍କୁ ଜଣା। ତେବେ ରାଜ୍ୟରେ କ୍ରୀଡ଼ା ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି ନବୀନ। ଏଣିକି ସ୍କୁଲ ସ୍ତରରେ କ୍ରୀଡ଼ାକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଥାଉ କି, ଅଲ୍‍ ଇଣ୍ଡିଆ କାଉନସିଲ୍‍ ଅଫ୍‍ ସ୍ପୋର୍ଟସ୍‍ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଏପରି ପରାମର୍ଶ ଦିଆଯାଇଛି। କ୍ରୀଡ଼ା ତଥା ଶାରୀରିକ ଶିକ୍ଷା ଓ ଯୋଗ ଶିକ୍ଷା ବିଦ୍ୟାଳୟଗୁଡ଼ିକରେ ପ୍ରାଥମିକ ସ୍ତରରୁ ଦିଆଗଲେ ଏକ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିବ ବୋଲି କାଉନସିଲ୍‍ ପକ୍ଷରୁ ଆଶା ପ୍ରକଟ କରାଯାଇଛି କ୍ରୀଡ଼ାବିତ୍‍ ଶ୍ରାବଣୀ ନନ୍ଦ, ଦିଲୀପ ତିର୍କୀ, ଦୂତି ଚାନ୍ଦଙ୍କ ପରି ଅଧିକ ର୍କ୍ରୀଡ଼ାବତୀ ସୃଷ୍ଟି ପାଇଁ ଏହା ଗୁରୁତ୍ୱ ବହନ କରିବ ବୋଲି କୁହାଯାଉଛି। ଫଳରେ ଆସନ୍ତା ୨୦୨୦,୨୦୨୪ ଓ ୨୦୨୮ ଅଲମ୍ପିକ କ୍ରୀଡ଼ାରେ ପ୍ରତିଯୋଗୀ ଅଂଶ ଗ୍ରହଣ କରିପାରିବେ। ଏ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ପରି ନିୟମ ଓଡ଼ିଶାରେ ଲାଗୁ କରାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଉଲ୍ଲେଖଯୋଗ୍ୟ ଆନ୍ଧ୍ରପ୍ରଦେଶରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

Leave A Reply

Your email address will not be published.