ବାଚସ୍ପତିଙ୍କ ଚରମ ବାଣୀ ୩ଦିନରେ କ୍ୱାର୍ଟର୍ସ ଛାଡ଼

ସମୟ ଲାଇଭ,୨୦/୧୦:  ମାସକ ତଳେ ଦେଇଥିଲେ ନିର୍ଦ୍ଦେଶ କ୍ୱାର୍ଟର୍ସ ଛାଡ଼ ନହେଲେ କଟିବ ବିଜୁଳି ସଂଯୋଗ ଓ ପାଣି । ହେଲେ ବାଚସ୍ପତିଙ୍କ ଏ କଥାକୁ ଖାତିର କଲେ ନାହିଁ କିଛି ପୂର୍ବତନ ବିଧାୟକ । ତେଣୁ ବାଚସ୍ପତି ଆଜି ଶୁଣାଇଛନ୍ତି ଚରମ ବାଣୀ । ତିନିଦିନ ଭିତରେ ସରକାରୀ କ୍ୱାଟର୍ସ ନ ଛାଡିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ବର୍ଷ ବର୍ଷ ଧରି ପୂର୍ବତନ ବିଧାୟକ ମାନେ ଘର ନଛାଡିବା ଯୋଗୁଁ ଅସୁବିଧା ଉପୁଜୁଛି । ଯାହାଫଳରେ ନୂଆ ବିଧାୟକ ମାନଙ୍କୁ କ୍ୱାଟର୍ସ ଦେବାରେ ଅସୁବିଧା ହେଉଛି । ବାଚସ୍ପତିଙ୍କ ତାଗିଦ ପରେ ଦେଖିବାକୁ ବାକି ରହିଲା ବିଧାୟକମାନେ ଘର ଛାଡ଼ୁଛନ୍ତି ନା ନାହିଁ ।

Comments are closed.