୭ କିଲୋ ସୋୟାବିନରେ ଗଣେଶ ମୂର୍ତ୍ତି

0

ମହାରାଷ୍ଟ୍ର: ସେପ୍‌ଟେମ୍ବର ୧୩: ମହାରାଷ୍ଟ୍ରର ୱାଶିମ ଜିଲ୍ଲାରେ କେତେଜଣ ଚାଷୀ ସୋୟାବିନ ଦାନରୁ ଭଗବାନ ଗଣେଶଙ୍କ ଭବ୍ୟ ମୂର୍ତ୍ତି ନିର୍ମାଣ କରିଛନ୍ତି । ଜିଲ୍ଲାର କାମରଗାଁର ଜୟ ଭବାନୀ-ଜୟ ଶିବାଜୀ ସାର୍ବଜନିକ ଗଣେଶ ମଣ୍ଡଳ ଶ୍ରୀଗଣେଶଙ୍କ ଏହି ନିଆରା ମୂର୍ତ୍ତି ସ୍ଥାପନା କରିଛନ୍ତି । ସେମାନେ ମାଟି କିମ୍ବା ପ୍ଲାଷ୍ଟର ଅଫ୍‌ ପ୍ୟାରିସରେ ନକରି ସୋୟାବିନରେ ମୂର୍ତ୍ତି ତିଆରି କରିଛନ୍ତି । ଏହି ନିଆରା ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବା ପାଇଁ ୭ କିଲୋଗ୍ରାମର ସୋୟାବିନ ଦାନ ଲାଗିଥିଲା ଏବଂ ମୂର୍ତ୍ତି ନିର୍ମାଣ କରିବାକୁ ପ୍ରାୟ ୧୬ ଦିନ ଲାଗିଥିଲା । ଏହାର ବିଶେଷତ୍ୱ ହେଇଛନ୍ତି ଏହି ସଂଘର ସଦସ୍ୟ କେବଳ ଚାଷୀ ପରିବାର ଲୋକ । ୭ ଜଣ ଚାଷୀ ନିଜ ନିଜ ଘରୁ ଏକ କିଲୋ ଲେଖାଏଁ ସୋୟାବିନ ଜମା କରି ଏହି ମୂର୍ତ୍ତି ତିଆରି କରିଛନ୍ତି । ୪୦୦ ଟଙ୍କାର ସୋୟାବିନ, ୧୦୦ ଟଙ୍କାର ଅଠା ଏବଂ ଅନ୍ୟ କିଛି ସାମଗ୍ରୀକୁ ମିଶାଇ ମୋଟ ଉପରେ ଏଥିରେ ଏକ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସଂଘର ସଦସ୍ୟମାନେ କହିଛନ୍ତି । ଏହି ଇକୋ ଫ୍ରେଣ୍ଡେଲି ମୂର୍ତ୍ତିର ଓଜନ ୩୦ରୁ ୩୫ କିଲୋ ମଧ୍ୟରେ ରହିଛି । ମାତ୍ର ହଜାରେ ଟଙ୍କାରେ ନିର୍ମିତ ଏହି ମୂର୍ତ୍ତି ଦେଖିîବାକୁ ଆକର୍ଷିତ ଲାଗୁଛି । ଏହାକୁ ଦେଖିବା ପାଇଁ ଦୂର ଦୂରରୁ ଲୋକ ଆସୁଛନ୍ତି ।

Leave A Reply

Your email address will not be published.