ଆଜି ବିଶ୍ୱ ମୃତ୍ତିକା ଦିବସ

ଭଦ୍ରକରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦିବସ-୨୦୨୦ର ଶୁଭାରମ୍ଭ

ସମୟ ଲାଇଭ,୧୯/୨( ଉମାକଲ୍ୟାଣ ମହାପାତ୍ର ): ଖଣ୍ଡତଡା ପଂଚାୟତ ରାମନଗର ଗାଁ ରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦିବସ-୨୦୨୦ ଆଜି ଶୁଭାରମ୍ଭ ହୋଇଛି । ୨ଦିନିଆ ଏହି ଉତ୍ସବ କୁ ମୁଖ୍ୟଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ପ୍ରସାଦ କୁମାର ନାୟକ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଅଜୟ ମହାପାତ୍ର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷି ଅଧିକାରୀ ଖଣ୍ଡତଡା ଗାଁ କୁ ଜିଲ୍ଲାର ଆଦର୍ଶ କୃଷି ଗ୍ରାମ ଭାବେ ଘୋଷଣା କରିଥିଲେ । ଏହି ଉତ୍ସବ ରେ ଆଖପାଖ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଚାଷୀ ଯୋଗଦେଇଥିଲେ । ଆସନ୍ତା କାଲି ଅନ୍ତିମ ଦିବସ ରେ କୃଷିଭିତ୍ତିକ ପ୍ରଶ୍ନମଞ୍ଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Comments are closed.