ନିଦ୍ରାହୀନତାରୁ କିପରି ପାଇବେ ମୁକ୍ତି ?

0

ସମୟ ଲାଇଭ୍‍,୧୬/୧୧: ଯେପରି ପ୍ରତ୍ୟେକ ମଣିଷ ପରସ୍ପର ଠାରୁ ଭିନ୍ନ ଠିକ୍‍ ସେହିପରି ପ୍ରତ୍ୟେକଙ୍କ ବ୍ୟକ୍ତିଙ୍କର ଖାଇବା ଠାରୁ ନେଇ ଶୋଇବା ପର୍ୟ୍ୟନ୍ତ ସମସ୍ତ ଅଭ୍ୟାସ ମଧ୍ୟ ଭିନ୍ନ। ଶାରୀରିକ ଓ ମାନସିକ ଚାପର ମୁକ୍ତି ପାଇଁ ଓ ସୁସ୍ଥ ଶରୀର ପାଇଁ ଶୋଇବା ନିହାତି ଆବଶ୍ୟକ। ଅନେକଙ୍କ କ୍ଷେତ୍ରରେ ଦେଖାଯାଏ ଯ, ବିଛଣାରେ ଶୋଇରହିଥିଲେ ହେଁ ସେମାନଙ୍କୁ ନିଦ ହୋଇନଥାଏ। ଯାହଫଳରେ ନିଦ୍ରାଭାବରୁ ଅନେକ ସମସ୍ୟା ଦେଖାଯାଇଥାଏ।
-ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ସକାଳେ ଶୋଇକି ଉଠିବାର ୩୦ ମିନିଟ୍‍ ପରେ ଜଳଖିଆ କରିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ।
-କେବଳ ଏତିକି ନୁହେଁ ରାତିରେ ଶୋଇବା ସମୟରେ ମୋବାଇଲ, ଲ୍ୟାପଟପ ଆଦିକୁ କମ୍‍ ବ୍ୟବହାର କରନ୍ତୁ ଓ ନିଜଠୁ ଦୂରେଇ ରଖନ୍ତୁ।
– ଦିନ ୩ଟା ପରେ ଚା’ କିମ୍ବା କଫି ପିଅନ୍ତୁ ନାହିଁ, କାରଣ ଚା ବା କଫିର ପ୍ରଭାବ ୫ଘଣ୍ଟା ପର୍ୟ୍ୟନ୍ତ ରହିଥାଏ। ଯାହାଫଳରେ ଭଲ ନିଦ ହୋଇନଥାଏ।
– ରାତିରେ ଶୋଇବା ସମୟରେ ବାରମ୍ବାର ଘଣ୍ଟା ଦେଖିବା ଅଭ୍ୟାସକୁ ବଦଳାନ୍ତୁ ଯାହାଦ୍ୱାରା ଭଲ ନିଦ ପାଇପାରିବେ।

Leave A Reply

Your email address will not be published.