ସିମ୍ବା, ସିଂଘମ, ସୂର୍ଯ୍ୟବଂଶୀ ଏକାଠି

ସମୟ ଲାଇଭ୍‍,୩୦/୧୨: ଖିଲାଡ଼ି ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ଗୁଡ଼ ନ୍ୟୁଜ୍‍’ ପାଇଁ ଏବେ ବେଶ୍‍ ଚର୍ଚ୍ଚାରେ ଅଛନ୍ତି। ଏ ମଧ୍‍ୟରେ ସେ ତାଙ୍କର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍‍ ତାରିଖ ଘୋଷଣା କରିଦେଇଛନ୍ତି। ନିଆରା ଅନ୍ଦାଜରେ ଅକ୍ଷୟ କୁମାର ଏହି ରିଲିଜ୍‍ ଡ଼େଟ୍‍ ଘୋଷଣା କରିଛନ୍ତି। ଇନ୍ସଷ୍ଟାଗ୍ରାମରେ ସେ ସିମ୍ବାର ଏକ ଭିଡ଼ିଓ ସେୟାର କରିଛନ୍ତି। ଯେଉଁଥିରେ ରଣବୀର ସିଂ ଓ ଅଜୟଦେବଗନଙ୍କୁ ମଧ୍‍ୟ ଦେଖିବାକୁ ମିଳିଛି।
ଏହି ଭିଡ଼ିଓ ଶେଷରେ ସୂର୍ଯ୍ୟବଂଶୀର ରିଲିଜ୍‍ ଡ଼େଟ୍‍ ଘୋଷଣା କରିବା ସହ ରଣବୀର, ଅଜୟ ଓ ଅକ୍ଷୟ ଲଗାତାର ଗୁଳି ଫୁଟାଉଥିବା ଦେଖିବାକୁ ମିଳିଛି।
ଫିଲ୍ମ ସିମ୍ବା କୁ ଏକ ବର୍ଷ ପୂରଣ ହେଉଥିôବାବେଳେ ଏହାର ସେଲିବ୍ରେସନ ପୂର୍ବକ ଏହି ଭିଡ଼ିଓ ପୋଷ୍ଟ କରାଯିବା ସହ ମାର୍ଚ୍ଚ ୨୭, ୨୦୨୦ରେ ପୋଲିସ୍‍ ଆସୁଛି ବୋଲି ଅକ୍ଷୟ ଏହି ଭିଡ଼ିଓରେ କହିଛନ୍ତି।
ସୂଚନା ଥାଉ କି, ନିକଟରେ ଫିଲ୍ମ ସୂର୍ଯ୍ୟବଂଶୀର ସୁଟିଂ ଶେଷ ହୋଇଥିବାବେଳେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‍ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦେଖିବାକୁ ମିଳିବ।

Comments are closed.