ବଡ଼ ଭାଇ ପ୍ରଧାନମନ୍ତ୍ରୀ ଓ ସାନଭାଇ ରାଷ୍ଟ୍ରପତି, ପାରିବାରିକ ଶାସନର ନୂଆ ଅଧ୍ୟାୟ

ସମୟ ଲାଇଭ୍‍,୨୨/୧୧: ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମହିନ୍ଦା ରାଜପକ୍ଷେ। ନିକଟରେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଗୋଟବାୟା ରାଜପକ୍ଷେ ବଡ଼ଭାଇ ମହିନ୍ଦାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶ୍ରୀଲଙ୍କା ଗୃହଯୁଦ୍ଧ ସମୟରେ ବିବାଦରେ ରହିଥିବା ସଚିବ ଗୋଟବାୟା ରାଷ୍ଟ୍ରପତି ଓ ଭାଇ ମହିନ୍ଦା ପ୍ରଧାନମନ୍ତ୍ରୀ ପଦରେ ରହିବା ଘଟରା ଶ୍ରୀଲଙ୍କାରେ ପାରିବାରିକ ଶାସନର ନୂଆ ଅଧ୍ୟାୟର ଆରମ୍ଭ କରିଛି।
ସୂଚନା ଥାଉ କି, ମହିନ୍ଦା ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ।

Comments are closed.