ଶପଥ ଗ୍ରହଣ କଲେ ରାଜପକ୍ଷେ

ସମୟ ଲାଇଭ,୧୮/୧୧: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଗୋଟବାୟା ରାଜପକ୍ଷେ। ଶ୍ରୀଲଙ୍କା ଗୃହଯୁଦ୍ଧ ସମୟରେ ବିବାଦରେ ରହିଥିବା ସଚିବ ଗୋଟବାୟା ଅନୁରାଧାପୁର ସ୍ଥିତ ରୁବାନବେଲୀ ସେୟାରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ରାଜପକ୍ଷେ ଟ୍ୱିଟ୍‍ କରି କହିଛନ୍ତି ଯେ, ବିଜୟ ଲାଭ କରିବା ଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜୟକୁ ବଜାୟ ରଖିବା। ଶପଥ ଗ୍ରହଣ ସମାରୋହରେ ରାଜପକ୍ଷେଙ୍କ ବଡ଼ ଭାଇ ମହିନ୍ଦା ରାଜପକ୍ଷେ ମଧ୍ୟ ଉପସ୍ଥିତ ଥିଲେ। ମହିନ୍ଦା ୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ।

Comments are closed.